ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଆଉ ୭୩ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ସର୍ବାଧିକ ୧୪ ଜଣ କନ୍ଧମାଳ ଜିଲ୍ଲାରୁ ଅଛନ୍ତି। ସେହିପରି କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୧୦, ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଞ୍ଜରୁ ୬, ଗଞ୍ଜାମରୁ ୪, କଟକରୁ ୩; ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ା କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୪୭ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
https://twitter.com/HFWOdisha/status/1273201635519459328?s=20
ସେହିଭଳି ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।