ଆରୋଗ୍ୟ ହେଲେ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅରୋଗ୍ୟ ହେଲେ ୭୭୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୦୫୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। The total recovered cases of #Odisha now stand at 20517. — H & FW Dept Odisha (@HFWOdisha) July 31, 2020 ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ […]

corona-2

Manoranjan Sial
  • Published: Friday, 31 July 2020
  • , Updated: 31 July 2020, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅରୋଗ୍ୟ ହେଲେ ୭୭୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୦୫୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1289202330403876865?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ ଅଛନ୍ତି। ସେହିପରି କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡ଼ାରୁ ୩୧, ଗଜପତିରୁ ୨୭, ସୁନ୍ଦରଗଡ଼ରୁ ୨୪, ଯାଜପୁରରୁ ୨୧, କନ୍ଧମାଳରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ୱଲପୁରରୁ ୧୧, ଭଦ୍ରକରୁ ୧୦, କେନ୍ଦ୍ରାପଡ଼ାରୁ ୧୦, ପୁରୀରୁ ୧୦, ବରଗଡ଼ରୁ ୬, ବଲାଙ୍ଗିରିରୁ ୫, ବାଲେଶ୍ୱରରୁ ୪, ବୌଦ୍ଧରୁ ୩, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୩; ଅନୁଗୋଳ, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୩୧୮୭୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୫୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୭ ଜଣ କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story