ରାଜ୍ୟରେ କରୋନାରେ ଚାଲିଗଲା ଆଉ ୮ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪୬ରେ ପହଞ୍ଚି ଯାଇଛି। ୮ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪ ଜଣ ଅଛନ୍ତି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୪ରେ ପହଞ୍ଚିଯାଇଛି। Regret to inform of the demise of eight Covid […]

corona-36

Jitendra Garnayak
  • Published: Sunday, 06 September 2020
  • , Updated: 06 September 2020, 12:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪୬ରେ ପହଞ୍ଚି ଯାଇଛି।

୮ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪ ଜଣ ଅଛନ୍ତି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୪ରେ ପହଞ୍ଚିଯାଇଛି।


ସେହିପରି ଖୋର୍ଦ୍ଧା, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚି ଯାଇଥିବା ବେଳେ ରାୟଗଡ଼ାରେ ୨୮, ସୁନ୍ଦରଗଡ଼ରେ ୩୮ ଓ କୋରାପୁଟରେ ୪ରେ ପହଞ୍ଚିଛି।


ସୂଚନାଯୋଗ୍ୟ, ରାଜ୍ୟର ୧,୨୪,୦୩୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୩,୭୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୯,୬୫୮ ଜଣ ଚିକିତ୍ସାଧୀନ ଅଛନ୍ତି।

Related story