ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୮୦୩୨ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୬୪୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1402621550050693123?s=20
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ଖୋର୍ଦ୍ଧା ରହିଛି। ଏଠାରୁ ୯୮୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୮୯୦, ପୁରୀରୁ ୪୬୭, ସୁନ୍ଦରଗଡ଼ରୁ ୪୬୨, ଅନୁଗୋଳରୁ ୪୨୩, ବରଗଡ଼ରୁ ୩୭୨, ଯାଜପୁରରୁ ୩୫୪, ଜଗତସିଂହପୁରରୁ ୩୩୨, ମୟୂରଭଞ୍ଜରୁ ୩୧୨, ବାଲେଶ୍ୱରରୁ ୩୦୧, ରାୟଗଡ଼ାରୁ ୨୬୫, ବୌଦ୍ଧରୁ ୨୫୯, ନୟାଗଡ଼ରୁ ୨୫୫, ନବରଙ୍ଗପୁରରୁ ୨୪୯, କେନ୍ଦ୍ରାପଡ଼ାରୁ ୨୦୯, କେନ୍ଦୁଝରରୁ ୨୦୮, କୋରାପୁଟରୁ ୧୯୩, ସମ୍ୱଲପୁରରୁ ୧୯୦, କଳାହାଣ୍ଡିରୁ ୧୮୧, ଗଞ୍ଜାମରୁ ୧୪୩, ଭଦ୍ରକରୁ ୧୩୯, ସୋନପୁରରୁ ୧୨୦, ଦେବଗଡ଼ରୁ ୯୩, ମାଲକାନଗିରିରୁ ୮୫, ଝାରସୁଗୁଡ଼ାରୁ ୭୭, ଗଜପତିରୁ ୭୧, କନ୍ଧମାଳରୁ ୭୧, ବଲାଙ୍ଗିରିରୁ ୭୦, ଢେଙ୍କାନାଳରୁ ୭୦, ନୂଆପଡ଼ାରୁ ୨୮ ଓ ଷ୍ଟେଟ୍ ପୁଲରୁ ୧୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
https://twitter.com/HFWOdisha/status/1402621554773553160?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।