ରାଜ୍ୟରେ ଆଉ ୮୪ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ; ସେମାନେ କେଉଁ ଜିଲ୍ଲାରେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮୪ ଜଣ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୪, ଯାଜପୁରରୁ ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ ଏବଂ ନୟାଗଡ଼, ମୟୂରଭଞ୍ଜ ଓ ସମ୍ୱଲପୁରରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]

coronavirus

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 04:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮୪ ଜଣ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୪, ଯାଜପୁରରୁ ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ ଏବଂ ନୟାଗଡ଼, ମୟୂରଭଞ୍ଜ ଓ ସମ୍ୱଲପୁରରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/HFWOdisha/status/1265213273638612992?s=20

ଆଜି ଚିହ୍ନଟ ହୋଇଥିବା ୭୯ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି। ସେଥିରୁ କଟକରୁ ସର୍ବାଧିକ ୧୬ ଜଣ ଅଛନ୍ତି। ସେହିପରି ବଲାଙ୍ଗିରରୁ ୧୪ ଜଣ, କେନ୍ଦୁଝରରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, ଗଞ୍ଜାମରୁ ୫, ନୟାଗଡ଼ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨, ଅନୁଗୋଳ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ ୧୫୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୭୭୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story