ବାପପୁଅଙ୍କୁ ହତ୍ୟା ଘଟଣାର ଆଉ ଜଣେ ଅଭିଯୁକ୍ତ ଗିରଫ

ମୋହନା (ଓଡ଼ିଶା ରିପୋର୍ଟର): ଗୁଣି ସଦେହରେ ବାପପୁଅଙ୍କୁ ହତ୍ୟା ଘଟଣାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ରାୟଗଡା ଜିଲ୍ଲା ପୁଟାସିଂ ଥାନା ତଇପୁରଗୁଡା ଗାଁର ଦାବିଡ଼ସନ ଶବର। ଗତ ୧୨ ତାରିଖରେ ଅଡ଼ବା ଥାନା ମୁଠାଗୁଡା  ଗାଁରେ ଗୁଣି ଗରେଡି ସନ୍ଦେହରେ ଗାଁର ଲୁଜ ଦଳବେହେରା ଓ ଅନୁକ ଦଳବେହେରାକୁ ଗାଁର କିଛି ଲୋକ ସଂଘ ବଦ୍ଧ ଭାବେ ଗବର ନିକଟସ୍ଥ ଜଙ୍ଗଲରେ ହତ୍ୟା […]

6hj

6hj

Tapas Behera
  • Published: Thursday, 01 July 2021
  • Updated: 02 July 2021, 07:34 AM IST

ମୋହନା (ଓଡ଼ିଶା ରିପୋର୍ଟର): ଗୁଣି ସଦେହରେ ବାପପୁଅଙ୍କୁ ହତ୍ୟା ଘଟଣାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ରାୟଗଡା ଜିଲ୍ଲା ପୁଟାସିଂ ଥାନା ତଇପୁରଗୁଡା ଗାଁର ଦାବିଡ଼ସନ ଶବର।

ଗତ ୧୨ ତାରିଖରେ ଅଡ଼ବା ଥାନା ମୁଠାଗୁଡା  ଗାଁରେ ଗୁଣି ଗରେଡି ସନ୍ଦେହରେ ଗାଁର ଲୁଜ ଦଳବେହେରା ଓ ଅନୁକ ଦଳବେହେରାକୁ ଗାଁର କିଛି ଲୋକ ସଂଘ ବଦ୍ଧ ଭାବେ ଗବର ନିକଟସ୍ଥ ଜଙ୍ଗଲରେ ହତ୍ୟା କରିଥିଲେ ।

ଏହି ଘଟଣାରେ ପୁଲିସ ତଦନ୍ତ କରି ଘଟଣା ଦିନ ହିଁ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ତେବେ ଅନ୍ୟ ଜଣେ ଅଭିଯୁକ୍ତ ଦାବିଡ଼ସନ ଫେରାର ଥିଲା । ପୁଲିସ ଆଜି ହତ୍ୟା କାଣ୍ଡରେ ସମ୍ପୃକ୍ତ ଦାବିଡ଼ସନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos