ଟିଟୋର ଆଉ ଜଣେ ସହଯୋଗୀ ଅଟକ

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟାର ଟିଟୋର ଅନ୍ୟ ଜଣେ ସହଯୋଗୀ କ୍ଷୀରୋଦ କର। ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦଙ୍କୁ ଉଠାଇ ନେଇ ଅଟକ ରଖିଛି କ୍ରାଇମବ୍ରାଞ୍ଚ। ଟିଟୋର ସାମ୍ରାଜ୍ୟ ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ ଜାରି ରଖିଛି। ଗତକାଲି କ୍ରାଇମବ୍ରାଞ୍ଚ ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ୍‌ ଉପରେ ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ଲାପ୍‌ଟପ୍‌, ୨୬ଟି ଗାଡ଼ି (ଟିପର ଓ ଜେସିବି ମେସିନ୍‌) ଜବତ କରାଯାଇଥିଲା। […]

kendrapara

Rakesh Mallick
  • Published: Saturday, 07 July 2018
  • , Updated: 07 July 2018, 11:50 AM IST

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟାର ଟିଟୋର ଅନ୍ୟ ଜଣେ ସହଯୋଗୀ କ୍ଷୀରୋଦ କର। ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦଙ୍କୁ ଉଠାଇ ନେଇ ଅଟକ ରଖିଛି କ୍ରାଇମବ୍ରାଞ୍ଚ।

ଟିଟୋର ସାମ୍ରାଜ୍ୟ ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ ଜାରି ରଖିଛି। ଗତକାଲି କ୍ରାଇମବ୍ରାଞ୍ଚ ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ୍‌ ଉପରେ ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ଲାପ୍‌ଟପ୍‌, ୨୬ଟି ଗାଡ଼ି (ଟିପର ଓ ଜେସିବି ମେସିନ୍‌) ଜବତ କରାଯାଇଥିଲା। ସେହିପରି ରାତିରେ କେନ୍ଦ୍ରାପଡ଼ା ବାଇପାସ୍‌ରେ ଥିବା ପେଟ୍ରୋଲ୍ ଟାଙ୍କି ସିଲ୍‌ କରାଯାଇଥିଲା। ଏଥିସହ ପାରାଦ୍ୱୀପରୁ ଟିଟୋର ଆଉ ୩ ସହଯୋଗୀକୁ ମଧ୍ୟ ଅଟକ ରଖାଯାଇଛି।

 

Related story