ରମେଶ ଜେନାଙ୍କ ନାଁରେ ଆଉ ଏକ ଜମି ହଡ଼ପ ମାମଲା

ବ୍ରହ୍ମପୁର:  ପୂର୍ବତନ  କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଭାବିନୀପୁର ରାଧାକାନ୍ତ ମଠ ଜମି ହଡ଼ପ ଅଭିଯୋଗରେ ରମେଶ  ଓ ତାଙ୍କର ୪ ଜଣ ସହଯୋଗୀଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଏହି ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ରମେଶଙ୍କ ବାପା ଅରକ୍ଷିତ ଜେନା, କର୍ପୋରେଟର ଆର୍ ମୁରଲୀ ମୋହନ, ବିଲ୍‌ଡର ସାଇ ପଟ୍ଟନାୟକ ଓ ରାଜୀବ ତ୍ରିପାଠୀ। ରାଜୀବଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଏବେ […]

ramesh jena

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 09:33 AM IST

ବ୍ରହ୍ମପୁର:  ପୂର୍ବତନ  କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଭାବିନୀପୁର ରାଧାକାନ୍ତ ମଠ ଜମି ହଡ଼ପ ଅଭିଯୋଗରେ ରମେଶ  ଓ ତାଙ୍କର ୪ ଜଣ ସହଯୋଗୀଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଏହି ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ରମେଶଙ୍କ ବାପା ଅରକ୍ଷିତ ଜେନା, କର୍ପୋରେଟର ଆର୍ ମୁରଲୀ ମୋହନ, ବିଲ୍‌ଡର ସାଇ ପଟ୍ଟନାୟକ ଓ ରାଜୀବ ତ୍ରିପାଠୀ। ରାଜୀବଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଏବେ ଜେଲ୍‌ରେ ଅଛନ୍ତି।

ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି,“ରମେଶଙ୍କ ନାଁରେ ଗତକାଲି ବ୍ରହ୍ମପୁର ସଦର ଥାନାରେ ଏକ ନୂଆ ମାମଲା ରୁଜୁ ହୋଇଛି। ଭାବିନୀପୁର ରାଧାକାନ୍ତ ମଠର ଚାରି ଏକର ଜମି ହଡ଼ପ କରିବା ନେଇ ରମେଶଙ୍କ ସହିତ ତାଙ୍କର ଚାରି ସହଯୋଗୀ- ଅରକ୍ଷିତ ଜେନା, ଆର୍ ମୁରଲୀ ମୋହନ, ସାଇ ପଟ୍ଟନାୟକ ଓ  ରାଜୀବ ତ୍ରିପାଠୀଙ୍କ ନାଁରେ ଆଇପିସିର ଧାରା ୪୪୭, ୪୨୦, ୩୮୪, ୩୮୬, ୧୨୦ ବି ସହିତ ରିଲିଜିୟସ୍ ଇନ୍‌ଷ୍ଟିଚ୍ୟୁସନ୍ ପ୍ରିଭେନ୍‌ସନ୍ ଅଫ୍ ମିସ୍‌ଇଉଜ୍ ଆକ୍ଟ, ୧୯୯୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏମାନେ ରାଧାକାନ୍ତ ମଠର ଜମିରେ ବଳପୂର୍ବକ ରାସ୍ତା ନିର୍ମାଣ କରିବା ସହିତ ଏହାକୁ ପ୍ଲଟିଂ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି।”

ଏସ୍‌ପି କହିଛନ୍ତି,“ଏହାକୁ ମିଶାଇ ଦେବୋତ୍ତର ଜମି ହଡ଼ପ କରିବା ନେଇ ରମେଶଙ୍କ ନାଁରେ ଦୁଇଟି ମାମଲା ରୁଜୁ ହେଲାଣି। ତେଣୁ ଏହାର ସଠିକ୍ ତଦନ୍ତ ଆବଶ୍ୟକ। ସେଥିପାଇଁ ଆମେ ରମେଶଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛୁ।”

ଗତ ୧୩ ତାରିଖରେ ନିମଖଣ୍ଡି  ଓ ବୋରିଗାଁରେ  ରମେଶ ଓ ତାଙ୍କର ସହଯୋଗୀମାନେ ୪ ଏକର ଦେବୋତ୍ତର ଜମି ହଡ଼ପ କରି ନିର୍ମାଣ କାର୍ଯ୍ୟରେ ଲଗାଇଥିବା ନେଇ ବ୍ରହ୍ମପୁର ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ରମେଶଙ୍କ ବାପା ଅରକ୍ଷିତ ଜେନା, କର୍ପୋରେଟର ଆର୍ ମୁରଲୀ ମୋହନ, ବିଲ୍‌ଡର ବୁନା ସାହୁ ଓ କିରଣ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା।

ଜଣେ ଅପରାଧୀକୁ ଧରିବାକୁ ଯାଇ ବ୍ରହ୍ମପୁର ପୋଲିସ୍ ଗତ ମାସରେ ଭୁବନେଶ୍ୱରର ଏକ ଏପାର୍ଟମେଣ୍ଟରୁ କଂଗ୍ରେସ ନେତା ତଥା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାକୁ ଧରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଗିରଫ ପରଠାରୁ ତାଙ୍କ ନାଁରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ହତ୍ୟା, ହତ୍ୟା ଉଦ୍ୟମ, ଜମି ହଡ଼ପ, ଦାଦା ବଟି ଆଦାୟ କରିବା, ବେଆଇନ ଗୁଟ୍‌ଖା ବ୍ୟବସାୟ ଓ ଜଣେ ମହିଳାଙ୍କୁ ଧମକାଇ ବାରମ୍ବାର ଧର୍ଷଣ କରିବା ଭଳି ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହୋଇ ଚାଲିଛି।

Related story