ଭୁବନେଶ୍ୱରରେ ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଉ ଜଣେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ବମିଖାଲ ଅଞ୍ଚଳର। ତାଙ୍କର ବୟସ ୩୫ ବର୍ଷ ହେବ। ସେ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ ସୂଚନା ଦେଇଛନ୍ତି। ‘କରୋନା’ରେ ଆକ୍ରାନ୍ତ ୩୫ ବର୍ଷୀୟ ଯୁବକ ଜଣକ ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ୍‌ ଯାଏ ବମିଖାଲ୍‌ର ଜୟଦୁର୍ଗା ନଗର ସ୍ଥିତ ବେବିଲୋନ୍‌ ଆପାର୍ଟମେଣ୍ଟ ସ୍ଥିତ ନିଜ ଘରେ ରହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ […]

Corona

Manoranjan Sial
  • Published: Monday, 13 April 2020
  • , Updated: 13 April 2020, 05:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଉ ଜଣେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ବମିଖାଲ ଅଞ୍ଚଳର। ତାଙ୍କର ବୟସ ୩୫ ବର୍ଷ ହେବ। ସେ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ ସୂଚନା ଦେଇଛନ୍ତି। ‘କରୋନା’ରେ ଆକ୍ରାନ୍ତ ୩୫ ବର୍ଷୀୟ ଯୁବକ ଜଣକ ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ୍‌ ଯାଏ ବମିଖାଲ୍‌ର ଜୟଦୁର୍ଗା ନଗର ସ୍ଥିତ ବେବିଲୋନ୍‌ ଆପାର୍ଟମେଣ୍ଟ ସ୍ଥିତ ନିଜ ଘରେ ରହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ସନ୍ଦେହରେ ସ୍ୱାସ୍ଥ୍ୟ ବିଭାଗ ରକ୍ତ ଓ ସ୍ୱାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା। ଆଜି ଅର୍ଥାତ ୧୩ ତାରିଖରେ ତାଙ୍କର ପଜିଟିଭ୍‌ ଆସିଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ କିମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୂର୍ବରୁ ବମିଖାଲ୍‌ ଅଞ୍ଚଳରେ ଗୋଟିଏ ପରିବାରରେ ୩ ଭାଇ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନଗର(ବିଏମ୍‌ସି) ବମିଖାଲ୍‌ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଥିଲା। ଏପରିକି ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିଥିଲା। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ଆଜି ଜଣେ ୩୫ ବର୍ଷର ଯୁବକ ‘କରୋନା’ରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରେ ସଂଖ୍ୟା ୪୨ରେ ପହଞ୍ଚି। ଆଉ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ରେ ପହଞ୍ଚି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଚିକିତ୍ସିତି ହୋଇ ଘରକୁ ଫେରିଛନ୍ତି।

Related story