ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ମୃତ ବୃଦ୍ଧ ଭୁବନେଶ୍ୱରର ମଧୁସୂଦନ ନଗରର ବାସିନ୍ଦା ଥିଲେ। ତାଙ୍କୁ ୭୭ ବର୍ଷ ହୋଇଥିଲା। ଗତକାଲି କିମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ। Sorry to inform that 77 year old, […]

corona

Jitendra Garnayak
  • Published: Wednesday, 06 May 2020
  • , Updated: 06 May 2020, 11:07 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ମୃତ ବୃଦ୍ଧ ଭୁବନେଶ୍ୱରର ମଧୁସୂଦନ ନଗରର ବାସିନ୍ଦା ଥିଲେ। ତାଙ୍କୁ ୭୭ ବର୍ଷ ହୋଇଥିଲା। ଗତକାଲି କିମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ତାଙ୍କର ନିକଟ ସଂପର୍କୀୟ ତଥା ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ୍‌ ୭ ତାରିଖରେ ୪୧ ନମ୍ବର ଆକ୍ରାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏପ୍ରିଲ୍ ୯ ତାରିଖରେ ଏହି ବ୍ୟକ୍ତିଙ୍କର ମଧ୍ୟ ସାମ୍ପଲ ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେ ଏପ୍ରିଲ୍‌ ୧୧ରୁ ୨୦ ପର୍ଯ୍ୟନ୍ତ ପୁଣି ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତା’ପରେ ୨୦ରୁ ୨୭ ରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍ ୨୮ ତାରିଖରେ ପୁଣି ତାଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେହିଦିନ ତାଙ୍କୁ କିମ୍‌ସ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ମୃତ ପ୍ରଥମ କରୋନା ଆକ୍ରାନ୍ତ ବି ଖୋର୍ଦ୍ଧା ଜିଲ୍ଲାର ଥିଲେ। ସେ ଏପ୍ରିଲ୍ ୬ ତାରିଖରେ ଭୁବନେଶ୍ୱର ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।  ଖୋର୍ଦ୍ଧା ଜିଲ୍ଲାରେ ମୋଟ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୩୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ରହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୋଟ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଯାଜପୁର ଜିଲ୍ଲାରେ ସବୁଠୁ ଅଧିକ ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମାତ୍ର ଜଣେ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ରହିଛନ୍ତି।

Related story