ଯାଜପୁରରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଏହା ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚି ଯାଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୭୯ରେ ପହଞ୍ଚିଛି। ଯାଜପୁରର ମୋଟ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଏହି ଜିଲ୍ଲାରେ […]

corona3

Jitendra Garnayak
  • Published: Wednesday, 06 May 2020
  • , Updated: 06 May 2020, 03:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଏହା ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚି ଯାଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୭୯ରେ ପହଞ୍ଚିଛି।

ଯାଜପୁରର ମୋଟ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଏହି ଜିଲ୍ଲାରେ ରହିଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା। ଏଠାରେ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ଭୁବନେଶ୍ୱରର ବାସିନ୍ଦା ଥିଲେ। ଦ୍ୱିତୀୟ ବ୍ୟକ୍ତିଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ସେହିପରି ଏହି ଜିଲ୍ଲାର ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୨୫ ଆକ୍ରାନ୍ତଙ୍କ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର। ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ୧୭୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୭ ଜଣ ଚିକିତ୍ସାଧୀନ ଥିବା ବେଳେ ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

Related story