ଦାନା ବାନ୍ଧୁଛି ଆଉ ଏକ ବାତ୍ୟା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହେବ । ୬/୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ। ୮/୯ ତାରିଖ ବେଳକୁ ବର୍ଷା ଓ ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେହିପରି ଏହା […]

r-1-1

Tapas Behera
  • Published: Sunday, 03 November 2019
  • , Updated: 03 November 2019, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହେବ ।

୬/୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ। ୮/୯ ତାରିଖ ବେଳକୁ ବର୍ଷା ଓ ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେହିପରି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି।

ତେବେ ଚିନ୍ତାଜନକ ବିଷୟ ହେଲା- ଯଦି ପାଣିପାଗ ବିଜ୍ଞାନୀଙ୍କ ଆକଳନ ଠିକ୍ ହୁଏ ତାହେଲେ ଡିପ୍ ଡିପ୍ରେସନ୍ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ବି ଆଶଙ୍କା ରହିଛି।

ଇଣ୍ଡିଆନ୍‌ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ୍ ପକ୍ଷରୁ ଜାରି ହୋଇଥିବା ଏ ଚିତ୍ରରେ ସମ୍ଭାବ୍ୟ ବାତ୍ୟା ୧୦ କିମ୍ବା ୧୧ ତାରିଖ ବେଳକୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ନେଇ ଏଯାଏଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଆସନ୍ତା ସପ୍ତାହ ଶେଷ ଭାଗରେ ବର୍ଷା ସମ୍ଭାବନା ଥିବା କୁହାଯାଇଛି।

ଏପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଖବର ଶୁଣିବା ପରେ ଚାଷୀ ଛାତିରେ ଛନକା ପଶିଲାଣି। କାରଣ ଏବେ ଧାନ ଅମଳର ସମୟ ବର୍ଷା ଭୟରେ କିଛି ସ୍ଥାନରେ ତରବରିଆ ଭାବେ ଚାଷୀ ବିଲରୁ ଧାନ କାଟିନେଉଛନ୍ତି।

ସେପଟେ କୃଷି ବିଭାଗ କହିଛି ପାଣିପାଗ ବିଭାଗର ସୂଚନା ଆଧାରରେ ଆଡ୍‌ଭାଇଜାରୀ ଜାରି କରାଯିବ। ସାଧାରଣତଃ ଅକ୍ଟୋବର-ନଭେମ୍ବର ମାସରେ ଓଡ଼ିଶାରେ ବାତ୍ୟା ମାଡ଼ ହୋଇଥାଏ। କିନ୍ତୁ ଚଳିତ ବର୍ଷ ମେ ମାସରେ ବାତ୍ୟା ଫନି ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

Related story