ପାରା ହତ୍ୟାକାଣ୍ଡରେ ଆଉ ଚାରି ଜଣଙ୍କୁ ବାନ୍ଧିଲା ପୁଲିସ୍‌

ପୁରୀ(ମଧୂସୁଦନ ମିଶ୍ର): ପୁରୀର ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ପାରା ହତ୍ୟାକାଣ୍ଡ ମାମଲାରେ କୁମ୍ଭାରପଡ଼ା ଥାନା ପୁଲିସ୍‌ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ଅଛି। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାରା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଡେଙ୍ଗାମୁନାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ରହସ୍ୟ ଉପରୁ ପରଦା ହଟିଥିଲା। […]

5660

5660

Tapaswini Nayak
  • Published: Thursday, 31 January 2019
  • Updated: 31 January 2019, 09:56 AM IST

Sports

Latest News

ପୁରୀ(ମଧୂସୁଦନ ମିଶ୍ର): ପୁରୀର ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ପାରା ହତ୍ୟାକାଣ୍ଡ ମାମଲାରେ କୁମ୍ଭାରପଡ଼ା ଥାନା ପୁଲିସ୍‌ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ଅଛି।

gur0000

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାରା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଡେଙ୍ଗାମୁନାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ରହସ୍ୟ ଉପରୁ ପରଦା ହଟିଥିଲା। ଏହି ଷଡ଼ଯନ୍ତ୍ର ପଛରେ ଭାଗୁ ପ୍ରଧାନର ହାତ ଥିବା ଜଣାପଡ଼ିଥିଲା। ପାରାକୁ ମାରିବା ପାଇଁ ସେ ଡେଙ୍ଗାମୁନା କୁ ୭.୬ଏମ୍‌ଏମ୍‌ ପିସ୍ତଲ ଦେଇଥିଲା। ସେହି ପିସ୍ତଲରେ ପାରାକୁ ହତ୍ୟା କରିଥିଲା ଡେଙ୍ଗାମୁନା। ତା’ପରେ ସେ ସେହି ପିସ୍ତଲକୁ ଭାଗୁକୁ ଫେରାଇ ଦେଇଥିଲା। ଭାଗୁ ନିକଟରୁ ସେହି ପିସ୍ତଲ ଜବତ କରାଯାଇଛି।
ଏହି ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୋଟ ଆଠ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos