ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ କରିଛନ୍ତି। ନିର୍ଯାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।
କିଛି ଦିନ ତଳେ ବିଜେବି ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ୩ ସିନିୟର ଛାତ୍ରୀ ରାଗିଂ କରିଥିବାରୁ ଆତ୍ମହତ୍ୟା କରିଥିବା ସୁଚିକା ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଥିଲେ। ଏହି ଚିଠି ସାମ୍ନାକୁ ଆସିବାରୁ ଅଭିଭାବକ ଓ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। ନ୍ୟୟ ଦାବିରେ ରୁଚିକାଙ୍କ ପରିବାର ଲୋକ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ତେବେ ପୁଲିସ ସେମାନଙ୍କୁ ଜବରଦସ୍ତ ଉଠାଇ ନେଇଥିଲା।
ସେପଟେ କମିଶନରେଟ୍ ପୁଲିସ ରାଗିଂ ଅଭିଯୋଗକୁ ଖଣ୍ଡନ କରିଥିଲା। ଏହି ନିଆଁ ଲିଭିନଥିବା ବେଳେ ଆଜି ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି।