- Videos
- Odisha
- ପାରାଦୀପ ବନ୍ଦରରୁ ବିଦେଶକୁ ରପ୍ତାନୀ ହେଲା ବୃହତ ଭାରୀଯାନ
ପାରାଦୀପ ବନ୍ଦରରୁ ବିଦେଶକୁ ରପ୍ତାନୀ ହେଲା ବୃହତ ଭାରୀଯାନ
- Published: Monday, 09 April 2018
- , Updated: 09 April 2018, 09:08 AM IST
<p>ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦରକୁ ମିଳିଛି ଆଉ ଏକ ସଫଳତା। ପ୍ରଥମଥର ପାଇଁ ପାରାଦୀପ ବନ୍ଦରରୁ ବିଦେଶକୁ ରପ୍ତାନୀ ହେଲା ବୃହତ ଭାରୀଯାନ। ପାରାଦୀପ ବନ୍ଦରକୁ ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ ସହରକୁ ୮୯ଟି ହାଇୱା, ଡମ୍ପର, ଟ୍ୟାଙ୍କର, ଏବଂ ସର୍ଭିସ କଣ୍ଟେନର ପଠାଯାଇଛି । BGR ମାଇନିଂ ପକ୍ଷରୁ ଏହି ସବୁ ବୃହତ ଭାରୀଯାନ ଗୁଡିକ ବିଦେଶ ରପ୍ତାନୀ ହୋଇଛି। OSL ଏହାର ଷ୍ଟିଭେଡରିଂ ଦାୟିତ୍ୱ ନେଇଥିଲା।</p>
<p><a href="">(image) </a>ପ୍ରଥମଥର ପାରାଦୀପରୁ ଭାରୀଯାନ ରପ୍ତାନୀ ହେଉଥିବାରୁ ଏଥିପ୍ରତି ବନ୍ଦର ପକ୍ଷରୁ କଡା ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଓଡ଼ିଶାରୁ ପ୍ରଥମ ଥର ପାଇଁ ହୋଇଥିବା ଏଭଳି ରପ୍ତାନୀକୁ ନେଇ ବନ୍ଦର କର୍ତ୍ତୃପକ୍ଷ ସମସ୍ତଙ୍କୁ ବଧାଇ ଜଣାଇଛନ୍ତି।</p>
<p>https://www.youtube.com/watch?v=kr0AOCDVOjM</p>