ମନ୍ତ୍ରୀ ବଦଳିଲେ ଉତ୍ତର ବଦଳୁଛି: ଲେମ୍ବୁ ଉତ୍ପାଦନର ତଥ୍ୟ ବି ହଜିଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ହେଉଛି ପ୍ରଥମ । ୨୦୨୨ ମାର୍ଚ୍ଚ ୩୦ତାରିଖରେ ପବିତ୍ର ବିଧାନସଭାରେ ତତକାଳୀନ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ବିବୃତ୍ତି ରଖିଥିଲେ । ଆଉ ଏହାର ୪ମାସ ପରେ ଆଜି ଗୃହରେ ବର୍ତ୍ତମାନର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟରେ ଫଳ ଓ ପନିପରିବା ଉତ୍ପାଦନକୁ ନେଇ ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଲେମ୍ବୁ ଓ ଛତୁ ଗାଏବ । ଦୁଇ […]

lemon-tree

lemon-tree

Ordigital Desk
  • Published: Wednesday, 27 July 2022
  • Updated: 27 July 2022, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ହେଉଛି ପ୍ରଥମ । ୨୦୨୨ ମାର୍ଚ୍ଚ ୩୦ତାରିଖରେ ପବିତ୍ର ବିଧାନସଭାରେ ତତକାଳୀନ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ବିବୃତ୍ତି ରଖିଥିଲେ । ଆଉ ଏହାର ୪ମାସ ପରେ ଆଜି ଗୃହରେ ବର୍ତ୍ତମାନର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟରେ ଫଳ ଓ ପନିପରିବା ଉତ୍ପାଦନକୁ ନେଇ ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଲେମ୍ବୁ ଓ ଛତୁ ଗାଏବ । ଦୁଇ କୃଷି ମନ୍ତ୍ରୀଙ୍କର ବିଧାନସଭାରେ ବିବୃତ୍ତିରୁ ଲାଗୁଛି ସତେଯେମିତି ମନ୍ତ୍ରୀ ବଦଳିଲେ ବିଭାଗର ଉତ୍ତର ମଧ୍ୟ ବଦଳିଯାଉଛି । ଆଉ ରାଜ୍ୟର ସଫଳତା ମଧ୍ୟ ସେହି ହିସାବରେ ନିର୍ଦ୍ଧାରିତ ହେଉଛି ।

ବିଧାନସଭାରେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁସାରେ ସର୍ବଭାରତୀୟସ୍ତରରେ ବିଭିନ୍ନ ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ । କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ଥିବାବେଳେ ବାଇଗଣ ଓ ବନ୍ଧାକୋବିରେ ଦ୍ୱିତୀୟ ଏବଂ ଭେଣ୍ଡି, ବିଲାତି ବାଇଗଣ, ତରଭୂଜରେ ପଂଚମ ସ୍ଥାନରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ତେବେ ଗତ ୪ମାସ ପୂର୍ବରୁ ତତକାଳୀନ କୃଷି ମନ୍ତ୍ରୀ ଅରୁଣ ସାହୁ ପବିତ୍ର ଗୃହରେ ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ବୋଲି ଯେଉଁ ବୟାନ ଦେଇଥିଲେ ସେ ନେଇ ବର୍ତ୍ତମାନର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚୁପ୍ ରହିଛନ୍ତି । ଯଦି ପୂର୍ବତନ କୃଷି ମନ୍ତ୍ରୀ ଶ୍ରୀ ସାହୁ ଦେଇଥିବା ବୟାନ ଠିକ୍ ଥିଲା ତା’ହେଲେ ରାଜ୍ୟର ଏହି ସଫଳତାକୁ ବର୍ତ୍ତମାନର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲୁଚାଉଛନ୍ତି କାହିଁକି? ତା’ଛଡ଼ା ପୂର୍ବତନ କୃଷି ମନ୍ତ୍ରୀ ଶ୍ରୀ ସାହୁ ଗୃହରେ ନିଜ ମନରୁ ତ ଏହି କଥା କହି ନଥିବେ । ନିଜ ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ବିଧାନସଭାରେ ନିଜର ଉତ୍ତର ରଖିଥିବେ । ତେଣୁ ଯେଉଁ ବିଭାଗ ୪ମାସ ପୂର୍ବରୁ ତତକାଳୀନ କୃଷି ମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା ଲେମ୍ବୁ ଓ ଛତୁ ଉତ୍ପାଦନରେ ସମଗ୍ର ଦେଶରେ ପ୍ରଥମ ବୋଲି କହିଥିଲା,ଏବେ ସେହି ବିଭାଗ କାହିଁକି ଚୁପ୍ ରହିଛି ବୋଲି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos