ପାରାଦୀପ ଜିନ୍ଦଲ ଇସ୍ପାତ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ସଜବାଜ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟସ୍ଥ ଢିଙ୍କିଆ, ନୂଆଗାଁ ଓ ଗୋବିନ୍ଦପୁର ଆଦି ମୌଜାରେ ପୁଣି ଥରେ ଇସ୍ପାତ ଶିଳ୍ପ ବିରୋଧରେ ଗଣ ଆନ୍ଦୋଳନ ଦାନା ବାନ୍ଧିଛି। ଏଠାରେ ପୂର୍ବରୁ ପୋସ୍କୋ କମ୍ପାନୀକୁ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଦିଆଯାଇଥିଲା। କିନ୍ତୁ ଲୋକଙ୍କ ଆନ୍ଦୋଳନ ଫଳରେ ସେହି ପ୍ରକଳ୍ପ ବାତିଲ ହୋଇଥିଲା। ପରେ ପୋସ୍କୋ ପାଇଁ ଅଧିଗୃହୀତ ଜମିକୁ ରାଜ୍ୟ ସରକାର ଗୁପ୍ତରେ ଜିନ୍ଦଲ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି। ଏବେ ଜିନ୍ଦଲ କମ୍ପାନୀ […]

posco-protest-1

posco-protest-1

Debendra Prusty
  • Published: Monday, 04 November 2019
  • Updated: 04 November 2019, 03:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟସ୍ଥ ଢିଙ୍କିଆ, ନୂଆଗାଁ ଓ ଗୋବିନ୍ଦପୁର ଆଦି ମୌଜାରେ ପୁଣି ଥରେ ଇସ୍ପାତ ଶିଳ୍ପ ବିରୋଧରେ ଗଣ ଆନ୍ଦୋଳନ ଦାନା ବାନ୍ଧିଛି। ଏଠାରେ ପୂର୍ବରୁ ପୋସ୍କୋ କମ୍ପାନୀକୁ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଦିଆଯାଇଥିଲା। କିନ୍ତୁ ଲୋକଙ୍କ ଆନ୍ଦୋଳନ ଫଳରେ ସେହି ପ୍ରକଳ୍ପ ବାତିଲ ହୋଇଥିଲା। ପରେ ପୋସ୍କୋ ପାଇଁ ଅଧିଗୃହୀତ ଜମିକୁ ରାଜ୍ୟ ସରକାର ଗୁପ୍ତରେ ଜିନ୍ଦଲ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି। ଏବେ ଜିନ୍ଦଲ କମ୍ପାନୀ ବିରୋଧରେ ଗଣ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥାନୀୟ ଲୋକଙ୍କ ସହିତ ୩୩ଟି ଗଣ ସଂଗଠନ ସାମିଲ ହୋଇଥିବା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ମୁଖପାତ୍ର ପ୍ରଶାନ୍ତ ପାଇକରାୟ ଏକ ପ୍ରେସ ବିବୃତ୍ତି ଜରିଆରେ ଜଣେଇଛନ୍ତି।

ଏହି ବିବୃତ୍ତିରେ ସେ କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲାର ଆଞ୍ଚଳିକ ପାନଚାଷୀ ଓ ମତ୍ସ୍ୟଜୀବୀଙ୍କ ଅଧିକୃତ ଜମିକୁ ଓଡ଼ିଶା ସରକାର ଯେପରି ଗୁପ୍ତ ଓ ବେଆଇନ୍ ଭାବେ ଜିନ୍ଦଲ ଷ୍ଟିଲ ୱାର୍କ(JSW)କୁ ଦେବା ପାଇଁ ଯାଉଛନ୍ତି, ଆମେ ଏହାକୁ ଦୃଢ ନିନ୍ଦା କରୁଛୁ । ଶିଳ୍ପ ପାଇଁ କୃଷକଙ୍କଠାରୁ ସେମାନଙ୍କର ପାରମ୍ପରିକ ଆୟ ଓ ଜୀବିକାର ଉତ୍ସ, ଉର୍ବର ଜମିକୁ ଛଡ଼ାଇ ନିଆ ଯାଉଛି । ପୋସ୍କୋ ବିରୁଦ୍ଧରେ ଜନଗଣଙ୍କର ଦୀର୍ଘ ୧୨ ବର୍ଷର ଲମ୍ବା ଲଢ଼େଇର ଲାଭକୁ ପଣ୍ଡ କରି ସରକାର ଅନ୍ୟ ଏକ ଷ୍ଟିଲ ବେପାରୀକୁ ଜମି ଦେବା ପାଇଁ ବାଟ କରୁଛନ୍ତି । ଲୋକମାନେ ସେମାନଙ୍କର ଜମିର ସୁରକ୍ଷା ପାଇଁ ଲଢ଼େଇ କରିବାରୁ ଏବେ ବି ଅନେକ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ରହିଛନ୍ତି, ସେତେବେଳେ ସରକାର ସେହି ଜମିକୁ ଲ୍ୟାଣ୍ଡ ବ୍ୟାଙ୍କକୁ ନେଇ ଅନ୍ୟ ଏକ ଷ୍ଟିଲ ବେପାରୀକୁ ଦେବାକୁ ଯାଉଛନ୍ତି । ଏଥର ଜନଗଣ 'ଜିନ୍ଦଲ ଷ୍ଟିଲ ୱାର୍କ ଉତ୍କଳ ଲିଃ' କୁ ସମ୍ମୁଖୀନ ହେଉଛନ୍ତି ।

ପୋସ୍କୋ ୨୦୧୭ରେ ଶେଷରେ ଏ ଅଞ୍ଚଳ ଛାଡ଼ିଲା । ଜମି ଅଧିଗ୍ରହଣ, ଥଇଥାନ ଓ ପୁନଃସ୍ଥାପନ ଆଇନ୍, ୨୦୧୩ରେ ଥିବା ଉପଯୁକ୍ତ କ୍ଷତିପୂରଣ ଓ ସ୍ୱଚ୍ଛତାର ଅଧିକାର ଅନୁଯାଇ ଅଧିକୃତ ଜମି ୫ ବର୍ଷ ମଧ୍ୟରେ ବ୍ୟବହାର କରା ନ ଗଲେ ତାହାକୁ ଲୋକଙ୍କୁ ଫେରାଇ ଦିଆଯିବା କଥା । ସେହି ଅନୁଯାଇ ଇଡକୋ ଦ୍ୱାରା ଜୋର-ଜବରଦସ୍ତ ଅଧିଗ୍ରହଣ କରାଯାଇଥିବା ୨୭୦୦ ଏକର ଜମିକୁ ସରକାର ଆଇନଗତ ଭାବେ ସ୍ଥାନୀୟ ଲୋକଙ୍କୁ ଫେରାଇବାର କଥା । ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୨୦୧୫ରେ ସିଙ୍ଗୁରରେ ଟାଟା ନାନୋ କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିକୁ ଫେରାଇବା ପାଇଁ ପଶ୍ଚିମ ବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଓଡିଶା ସରକାର ୨୦୧୫ରେ ଏଭଳି ଜମିକୁ ଲ୍ୟାଣ୍ଡ ବ୍ୟାଙ୍କରେ ରଖିଵା ପାଇଁ ଏକ ସଂଶୋଧିତ ନୀତି କରିଥିଲେ । ଜାତୀୟ ଗ୍ରୀନ୍ ଟ୍ରିବୁନାଲ ଜିନ୍ଦଲ ପାଇଁ ଇଡକଲ ଦ୍ୱାରା କରାଯାଉଥିବା ପ୍ରାଚୀର ନିର୍ମାଣକୁ ବନ୍ଦ କରିବାକୁ ଆଦେଶ ଦେଇଥିବା ସତ୍ତ୍ୱେ ଏହାର ଘଟୁଛି ।

ରାଜ୍ୟ ସରକାର ଜିନ୍ଦଲକୁ ମଞ୍ଜୁରୀ ପ୍ରଦାନ କରି ଚଞ୍ଚକତାପୂର୍ଣ୍ଣ ଭାବେ ଲୋକଙ୍କୁ ଜମିରୁ ବଞ୍ଚିତ କରୁଛନ୍ତି । ୨୦୧୧ ମସିହାରେ ଜଙ୍ଗଲ ଅଧିକାର ଆଇନ୍ ଅଧୀନରେ ଗୋବିନ୍ଦପୁର, ଢିଙ୍କିଆ ଓ ନୂଆଗାଁର ଗ୍ରାମ ପଞ୍ଚାୟତମାନେ ସର୍ବସମ୍ମତି କ୍ରମେ ପୋସ୍କୋକୁ ଜମି ହସ୍ତାନ୍ତର ବିରୁଦ୍ଧରେ ପ୍ରସ୍ତାବ ଗ୍ରହଣ କରିଥିଲେ । କିନ୍ତୁ ଅଗଷ୍ଟ ୧୬ ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ମଞ୍ଜୁରୀ ସହ ଲ୍ୟାଣ୍ଡ ବ୍ୟାଙ୍କରେ ଥିବା ଜମିକୁ ଜିନ୍ଦଲକୁ ହସ୍ତାନ୍ତର କରି ସମାନ ବାଟରେ କମ୍ପାନୀ ପାଇଁ ବାଟ ସଫା କରି ଦେଇଛନ୍ତି । ଏହି ଅଞ୍ଚଳରେ କେବଳ ଷ୍ଟିଲ ଉତ୍ପାଦନର ଇଚ୍ଛା ରଖି ସରକାର କମ୍ପାନୀ ସ୍ୱାର୍ଥରେ କାମ କରୁଛନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି।

ପରିବେଶ ମଞ୍ଜୁରୀରେ ମଧ୍ୟ ଚଞ୍ଚକତା କରାଯାଇଛି । କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ପାଇଁ କିଛି ବିଧିଗତ କାଗଜ-ପତ୍ରର ଆବଶ୍ୟକତା ଥିବାରୁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ୧୯/୧୦/୨୦୧୯ ସମ୍ବାଦପତ୍ରମାନଙ୍କରେ ପରିବେଶ ମଞ୍ଜୁରୀ ଉଦ୍ଦେଶ୍ୟରେ ନଭେମ୍ବର ୨୨, ୨୦୧୯ର ଅପରାହ୍ନ ୨.୩୦ରେ ଏକ ଜନଶୁଣାଣୀ ଘୋଷଣା କରିଛନ୍ତି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜଗତସିଂହପୁର ଜିଲ୍ଲାର ଏରସମା ତହସିଲର ଜଟାଧାର ନଦୀ ମୁହାଣରେ ବାର୍ଷିକ ୫୨୦ ଲକ୍ଷ ଟନ୍ କ୍ଷମତା ଥିବା ସବୁ ଦିନିଆ ଜେଟିର ବିକାଶ ପାଇଁ 'ଜିନ୍ଦଲ ଷ୍ଟିଲ ୱର୍କ ଉତ୍କଳ ଲିଃ' ପ୍ରସ୍ତାବ ଦେଇଛି । ଯଦିଓ ଜେଟିର ପରିବେଶ ମଞ୍ଜୁରୀ ପରି ଏହା ଜଣା ଯାଉଛି, କିନ୍ତୁ ସରକାର ତଥ୍ୟର ଏକ ଅଂଶକୁ ଜାଣିଶୁଣି ଲୁଚାଇଛନ୍ତି । ଅନ୍ୟାନ୍ୟ ଜନଶୁଣାଣୀରେ କରାଯାଉଥିବା ଚଞ୍ଚକତା ଭଳି ଏଠାରେ ମଧ୍ୟ ସମ୍ବାଦପତ୍ର ବିଜ୍ଞପ୍ତିରେ ପ୍ରଭାବିତ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ । ମନ୍ତ୍ରାଳୟର ଓ୍ୱେବସାଇଟ୍  ଅନୁଯାୟୀ, ସେହି ସମାନ ସ୍ଥାନ ଓ ସମାନ ଦିନର ପୂର୍ବାହ୍ନ ୯.୩୦ ସମୟରେ ବାର୍ଷିକ ୧୩୨ ଲକ୍ଷ ଟନ୍ ଇସ୍ପାତ, ୯୦୦ ମେଗା ୱାଟର ବିଦ୍ୟୁତ ଓ ୧୦୦ଲକ୍ଷ ଟନ୍ ସିମେଣ୍ଟ କାରଖାନା ଉଦ୍ଦେଶ୍ୟରେ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ ସ୍ଥିର ହୋଇଛି । କିନ୍ତୁ ଏହି ତଥ୍ୟ ନା ଗ୍ରାମ ପଞ୍ଚାୟତକୁ ଜଣାଇ ଦିଆଯାଇଛି କିମ୍ବା ଆଞ୍ଚଳିକ ଲୋକଙ୍କୁ ଜଣାଇବାକୁ କୌଣସି ସମ୍ବାଦପତ୍ରରେ ପ୍ରକାଶ କରାଯାଇଛି ।

ନିକଟରେ ନିୟୁ ଜର୍ସିର କ୍ଲାଇମେଟ ସେଣ୍ଟ୍ରାଲ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ସତର୍କ କରାଇ ଦେଇଛି, ଆସନ୍ତା ୩୦ ବର୍ଷ ମଧ୍ୟରେ ସମୁଦ୍ର ପତନ ବୃଦ୍ଧି ଯୋଗୁଁ କିପରି ଓଡ଼ିଶାର ଉପକୂଳ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି । ଏହା ଚିନ୍ତାର ବିଷୟ ଯେ ଉପକୂଳ ଅଞ୍ଚଳରେ ବଢୁଥିବା ପରିବେଶ ବିପଦ ପ୍ରତି କୌଣସି ଧ୍ୟାନ ଦିଆଯିବା ବଦଳରେ ଇସ୍ପାତ ଓ ସିମେଣ୍ଟ କାରଖାନାର ନୂଆ ପ୍ରସ୍ତାବ ଆଣି ଏଭଳି ଏକ ସମ୍ବେଦନଶୀଳ ପରିବେଶକୁ ଅଧିକ ଧ୍ୱଂସ ଆଡ଼କୁ ଠେଲି ଦିଆଯାଉଛି । ଏହି ମାଟିରେ ବଢିଥିବା ଲୋକଙ୍କୁ ଅନ୍ଧାରରେ ରଖି ଜନଶୁଣାଣୀକୁ ତରବରିଆ ଭାବେ ଆଗେଇ ନିଆଯାଉଛି । କୃଷକ, କ୍ଷେତମୂଲିଆ ଓ ମତ୍ସ୍ୟଜୀବିମାନଙ୍କୁ ସେମାନଙ୍କର ଜମିରୁ ବିସ୍ଥାପିତ କରି ସରକାର ଏକ ବଡ ଅନ୍ୟାୟ କରୁଛନ୍ତି । ଏହା ଉପକୂଳ ଓ ଏଠାରେ ବାସକରୁଥିବା ଲୋକଙ୍କୁ ଧ୍ୱଂସ ମୁହଁକୁ ଠେଲି ଦେଉଛି । ଏବେ ପୋସ୍କୋ ବିରୋଧୀ ଆନ୍ଦୋଳନକାରୀମାନେ ଜିନ୍ଦଲ ବିରୋଧରେ ସଂଗଠିତ ହେଉଥିବାରୁ ସେମାନଙ୍କୁ ଦୁର୍ବଳ କରିବା ପାଇଁ ବିଚାରାଳୟରେ ଗଡୁଥିବା ଶହ ଶହ ଫୌଜଦାରୀ ମାମଲା ଓ ଏତଲାରେ ଥିବା ଆହୁରି ଅନେକ ସ୍ଥାନୀୟ ଲୋକଙ୍କ ବିରୁଦ୍ଧରେ ମାମଲାକୁ ପୁନଃ ସକ୍ରିୟ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ନିମ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଏହି ପଞ୍ଚାୟତଗୁଡିକର ଗ୍ରାମବାସୀମାନଙ୍କର ସଂଗ୍ରାମ ପ୍ରତି  ସମର୍ଥନ ଘୋଷଣା କରି କହିଛନ୍ତି ଯେ ଆଗାମୀ ପିଢିର ସ୍ୱାର୍ଥକୁ ଆଖିରେ ରଖି କର୍ପୋରେଟ ଲୋଭ ଓ ଧ୍ୱଂସ ମୁଖରୁ ଜମି ଓ ଏହାର ଜନଗଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ପୁଣି ଥରେ ସଂଗଠିତ କରାଯିବ । ଆନ୍ଦୋଳନକୁ ସମର୍ଥନ କରିଥିବା ସଂଗଠନ ଓ ବ୍ୟକ୍ତିମାନେ ହେଲେ ୧. ମହେନ୍ଦ୍ର ପରିଡା, ଏ.ଆଇ.ସି.ସି.ଟି.ୟୁ, ୨. ରାଧାକାନ୍ତ ସେଠୀ, ଅଖିଳ ଭାରତ ଜନମଂଚ, ଓଡିଶା, ୩. ସୁରେଶ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ, ଓଡିଶା କୃଷକ ସଭା, ୪. ଶିବରାମ, ରାଜ୍ୟ ସମ୍ପାଦକ, ସି.ପି.ଆଇ-ଏମ୍.ଏଲ୍(ରେଡ୍ ଷ୍ଟାର), ୫. ଶ୍ରୀକାନ୍ତ ମହାନ୍ତି, ସମ୍ପାଦକ, ଚାଷୀ ମୂଲିଆ ସଂଘ, ଓଡିଶା, ୬. ଭାଲଚନ୍ଦ୍ର ଷଡଙ୍ଗୀ, ମୁଖପାତ୍ର, ସି.ପି.ଆଇ-ଏମ୍.ଏଲ୍(ନିୟୁ ଡେମୋକ୍ରାସୀ), ୭. ଶ୍ରୀମନ୍ତ ମହାନ୍ତି, ରାଜନୈତିକ କର୍ମୀ, ୮. ସବ୍ୟସାଚୀ, ରାଜ୍ୟ ସମ୍ପାଦକ, ଟି.ୟୁ.ସି.ଆଇ, ୯. ବିଶ୍ୱପ୍ରିୟ କାନୁନଗୋ, ମାନବ ଅଧିକାର କର୍ମୀ, ୧୦. ଶଙ୍କର ପାଣି, ଆଇନଜୀବୀ, ଭୁବନେଶ୍ୱର, ୧୧. ସୁଜତା ସାହାଣୀ, ରିସର୍ଚ୍ଚ ସ୍କଲାର, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ, ୧୨. ପ୍ରମୋଦିନୀ ପ୍ରଧାନ, ପି.ୟୁ.ସି.ଏଲ୍, ଭୁବନେଶ୍ୱର, ୧୩. ପ୍ରଶାନ୍ତ ପାଇକରା, ମୁଖପାତ୍ର, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ୧୪. ସୁବ୍ରତ ବେଉରା, ସି.ଏଚ୍.ଏସ୍.ବି, ଭୁବନେଶ୍ୱର, ୧୫. ଗୋଲକ ବିହାରୀ ନାଥ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ (ଗାସ୍), ଓଡିଶା, ୧୬. ସୁଧୀର ପଟ୍ଟନାୟକ, ସାମାଜିକ କର୍ମୀ, ୧୭. ସତ୍ୟବାଦୀ ନାୟକ, ସାମାଜିକ କର୍ମୀ (ଆମ୍ବେଦକରବାଦୀ), ଭବାନୀପାଟଣା, ୧୮. ଅଭିରାମ ମଲ୍ଲିକ, ରାଜ୍ୟ ସଂଯୋଜକ, ମୂଳନିବାସୀ ସମତା ପରିଷଦ, ଓଡିଶା, ୧୯. ସୂର୍ଯ୍ୟ ଦାସ, କର୍ମୀ ଓ ଚଳଚିତ୍ର ନିର୍ମାତା, ଭୁବନେଶ୍ୱର, ୨୦. ଲବ ସୁନା, ସଭାପତି, ଜୟ ଭୀମ କ୍ଲବ, ଲାଠୋର, ବଲାଙ୍ଗିର, ୨୧. ଟୁନା ମଲ୍ଲିକ, ରାଜ୍ୟ ସଂଯୋଜକ, ଆଦିବାସୀ ଭାରତ ମହାସଭା, ୨୨. ଶଙ୍କର ସାହୁ, ରାଜ୍ୟ ସମ୍ପାଦକ, କ୍ରାନ୍ତିକାରୀ କୃଷକ ସଭା (ଏ.ଆଇ.କେ.କେ.ଏସ୍), ୨୩. ନରେନ୍ଦ୍ର ମହାନ୍ତି, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡିଶା, ୨୪. ଶରଣ୍ୟା ନାୟକ, ଡବ୍ଲୁ.ଏସ୍.ଏସ୍, କୋରାପୁଟ, ୨୫. ସନ୍ଦିପ ପଟ୍ଟନାୟକ, ଗଵେଷକ, ଭୁବନେଶ୍ୱର, ୨୬. ସରୋଜ ମହାନ୍ତି, ସମ୍ପାଦକ, ଅନ୍ୱେଷା, ୨୭. ଆଇନ୍‌ଜୀବି ବିବେକ ରଞ୍ଜନ, ଓ.ପି.ଡି.ଆର, କୋରାପୁଟ, ୨୮. ଲେନିନ୍ କୁମାର, କବି ଓ କର୍ମୀ, ଭୁବନେଶ୍ୱର, ୨୯. ରଞ୍ଜନା ପାଢୀ, କର୍ମୀ ଓ ଲେଖକ, ଭୁବନେଶ୍ୱର, ୩୦. ଗାର୍ଗୀ ଶତପଥୀ, ପତ୍ରକାର, ସମ୍ବଲପୁର, ୩୧. ପ୍ରମିଳା, ସାଧାରଣ ସମ୍ପାଦକ, ବସ୍ତି ସୁରକ୍ଷା ମଞ୍ଚ, ଭୁବନେଶ୍ୱର, ୩୨. ବଟକୃଷ୍ଣ ସ୍ୱାଇଁ, ଆବାହକ, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, ଓଡିଶା ଏବଂ ୩୩. ଗୋପୀନାଥ ମାଝୀ, ରାଜ୍ୟ ଆଵାହକ, ମର୍ଯ୍ୟାଦାର ସହ ବଂଚିବାର ଅଭିଯାନ(ସି.ଏସ୍.ଡି), ଓଡିଶା।

ଏମାନେ ଓଡ଼ିଶା ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ, ୧)୨୦୧୧ ମସିହାରୁ ଜମି ଉପରେ ଦାବି କରୁଥିବା ବ୍ୟକ୍ତିଗତ ଓ ସାମୂହିକ ଜଙ୍ଗଲ ଅଧିକାରକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ; ୨) ଜମି ଅଧିଗ୍ରହଣ, ଥଇଥାନ୍ ଓ ପୁନଃସ୍ଥାପନ ଆଇନ୍,୨୦୧୩ରେ ଥିବା ଉପଯୁକ୍ତ କ୍ଷତିପୂରଣ ଓ ସ୍ୱଚ୍ଛତାର ଅଧିକାର ଅନୁଯାଇ ଜମିକୁ ମୂଳ ମାଲିକଙ୍କୁ ଫେରାଇ ଦିଆଯାଉ; ୩) ସ୍ଥାନୀୟ ଲୋକଙ୍କ ବିରୁଦ୍ଧରେ ଥିବା ସମସ୍ତ ଫୌଜଦାରୀ ମାମଲାକୁ ପ୍ରତ୍ୟାହାର କରାଯାଉ ଏବଂ ୪) ଓଡ଼ିଶାର ପରିବେଶ ଓ ପ୍ରକୃତିର ଧ୍ୱଂସକୁ ତୁରନ୍ତ ବନ୍ଦ କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story