କାଲିଠୁ କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ। କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। କରୋନା ଟେଷ୍ଟ ପରେ ହିଁ ନୂଆ ରୋଗୀଙ୍କୁ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। ସେହିପରି ୫ଟି ଜିଲ୍ଲାରୁ କଟକ ମହାନଗର ନିଗମ ଅଞ୍ଚଳକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ୧୪ […]

cuttackoooo00088

Tapaswini Nayak
  • Published: Monday, 06 July 2020
  • , Updated: 06 July 2020, 01:07 PM IST

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ। କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ।

କରୋନା ଟେଷ୍ଟ ପରେ ହିଁ ନୂଆ ରୋଗୀଙ୍କୁ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। ସେହିପରି ୫ଟି ଜିଲ୍ଲାରୁ କଟକ ମହାନଗର ନିଗମ ଅଞ୍ଚଳକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି ଓ ବାଲେଶ୍ୱର ଏହି ୫ ଜିଲ୍ଲା ସମେତ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡ଼ମ୍ବା ଓ ତିଗିରିଆ ବ୍ଲକରୁ ଆସୁଥିବା ଲୋକେ ମଧ୍ୟ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ସିଏମସି କମିଶନର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏହି ସ୍ଥାନ ଗୁଡିକରୁ ଆସୁଥିବା ଲୋକଙ୍କ ଖବର ରଖିବେ ଆକ୍ଟିଭ ସର୍ଭେଲାନ୍ସ ଟିମ୍। ପୂଜା ଓ ସାହି କମିଟିଠାରୁ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବେ ୱାର୍ଡ ଅଫିସର। ସେ ଏହି ରିପୋର୍ଟ ସେକ୍ଟର ଅଧିକାରୀଙ୍କୁ ଦେବେ ଏବଂ ସେମିତି ଲୋକଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇବାର ବ୍ୟବସ୍ଥା କରିବେ ।

Related story