କଟକ(ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି। ରେଡିଓଲୋଜି ଓ ମେଡିକାଲ ଅଙ୍କୋଲୋଜି ବିଭାଗରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ୨୦ ଜଣ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ପରେ ଆଡମିଶନ୍ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ।
ଆଜି କଟକ ମହାନଗ ନିଗମ(ସିଏମ୍ସି) ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦ ଜଣ ସରକାରୀ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ହୋମ କ୍ୱାରେଣ୍ଟାଇନରେ ୪ ଓ ଲୋକାଲ କେସ୍ ୩ ଜଣ ଅଛନ୍ତି। ଲୋକାଲ କେସ୍ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୩୦ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି। ଅନ୍ୟ ଜଣେ ଯୋବ୍ରା ମୁରାଦ ଖାନ ପାଟଣାର ୫୬ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।
ଆଜି ସୁଦ୍ଧା ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୪ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୧୫୦ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।