ଓଟିଭି ସାମ୍ବାଦିକଙ୍କୁ ଭିଡ଼ି ନେଇ ସର୍ବ ସାଧାରଣରେ ଅପମାନିତ କଲେ ଅନୁଭବ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ପୁଣି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ସାଂସଦ । କିଛି ଦିନ ତଳେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରି ବିବାଦୀୟ ହେବା ପରେ ଏଥର ଟାର୍ଗେଟ କରିଛନ୍ତି ଓଟିଭି ସାମ୍ବାଦିକଙ୍କୁ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି । କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ […]

anubhav111

Tapas Behera
  • Published: Tuesday, 05 November 2019
  • , Updated: 06 November 2019, 07:52 AM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ପୁଣି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ସାଂସଦ । କିଛି ଦିନ ତଳେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରି ବିବାଦୀୟ ହେବା ପରେ ଏଥର ଟାର୍ଗେଟ କରିଛନ୍ତି ଓଟିଭି ସାମ୍ବାଦିକଙ୍କୁ ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି । କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଛନ୍ତି ଅନୁଭବ ମହାନ୍ତି ।

ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଭିଡ଼ି ନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନାହାଁନ୍ତି । କେବଳ ଅନୁଭବ ନୁହେଁ, ତାଙ୍କର କିଛି ଅନୁଗତ ବି ଅନୁଭବଙ୍କ ସହ ସ୍ୱର ମିଳାଇଛନ୍ତି। ଅନୁଭବଙ୍କ ଏଭଳି ଔଦ୍ଧତ୍ୟ ଆଚରଣ ନୁଆ ନୁହେଁ । ଗତ କିଛି ଦିନ ତଳେ ନିଜ ଘର ସାମ୍ନାରେ କଟକରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିଲେ।

Related story