ଏତଲା ପରେ ଏତଲା ବର୍ଷା

କଟକ(ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷାଙ୍କ ଏତଲା ପରେ ଏତଲା । ଶୁକ୍ରବାର ରାତିରେ ଏକ ଭାଇରାଲ୍ ଭିଡିଓକୁ ନେଇ ଏତଲା ଦେଇଥିବା ବର୍ଷା ଶନିବାର ସଂଧ୍ୟାରେ ପୁଣି କଟକ ପୁରୀଘାଟ ଥାନାରେ ଦେଇଛନ୍ତି ଏତଲା।  ଯେଉଁଥିରେ ତାଙ୍କୁ ହଇରାଣ ହରକତ ସହ ନିର୍ଯାତନା ଅଭିଯୋଗ ଆଣିଥିବାରୁ ସ୍ୱାମୀ ଅନୁଭବଙ୍କ ନାଁରେ ବିଭିନ୍ନ ଦଫାରେ ରୁଜୁ ହୋଇଛି ମାମଲା । ଅନ୍ୟପଟେ ଏକ ପୁରୁଣା ଭାଇରାଲ୍ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କ […]

7nmj

7nmj

Tapas Behera
  • Published: Sunday, 20 December 2020
  • Updated: 20 December 2020, 08:31 PM IST

କଟକ(ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷାଙ୍କ ଏତଲା ପରେ ଏତଲା । ଶୁକ୍ରବାର ରାତିରେ ଏକ ଭାଇରାଲ୍ ଭିଡିଓକୁ ନେଇ ଏତଲା ଦେଇଥିବା ବର୍ଷା ଶନିବାର ସଂଧ୍ୟାରେ ପୁଣି କଟକ ପୁରୀଘାଟ ଥାନାରେ ଦେଇଛନ୍ତି ଏତଲା।  ଯେଉଁଥିରେ ତାଙ୍କୁ ହଇରାଣ ହରକତ ସହ ନିର୍ଯାତନା ଅଭିଯୋଗ ଆଣିଥିବାରୁ ସ୍ୱାମୀ ଅନୁଭବଙ୍କ ନାଁରେ ବିଭିନ୍ନ ଦଫାରେ ରୁଜୁ ହୋଇଛି ମାମଲା । ଅନ୍ୟପଟେ ଏକ ପୁରୁଣା ଭାଇରାଲ୍ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କ ବିରୋଧରେ ଡିଜିପିଙ୍କୁ ଫେରାଦ ହୋଇଛନ୍ତି ଅନୁଭବ।

ଗତକାଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଯେଉଁ ଏତଲା ଦେଇଥିଲେ, ସେ ଆଧାରରେ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହୋଇଛି ମାମଲା । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ବିରୋଧରେ ଦଫା ୪୯୮-ଏ, ୫୦୬ ଓ ୩୪୧ରେ ମାମଲା ରୁଜୁ ସହ ତଦନ୍ତ ବି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଅନୁଭବଙ୍କ ଦୁଇ ସହଯୋଗୀଙ୍କ ନାଁରେ ବି ହୋଇଛି ମାମଲା ମିଳିଥିବା ସୂଚନା ଅନୁସାରେ, ବର୍ଷା ଏତଲାରେ ଦର୍ଶାଇଛନ୍ତି ଦୁଇ ଦିନ ତଳେ ରାତିରେ ସେ କାମରେ ଘରୁ ବାହାରକୁ ଯାଇ ଫେରିବାବେଳେ ତାଙ୍କ ରୁମ୍‌ରେ ସ୍ୱାମୀ ଅନୁଭବ ତାଲା ପକାଇ ଦେଇଥିଲେ ।

ଫଳରେ ତାଙ୍କୁ ଘଣ୍ଟାଏ ଧରି ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା । ପୁଲିସକୁ ସୂଚନା ଦେବା ପରେ ଘର ଚାବି ଖୋଲା ଯାଇଥିଲା । ଶାଶୁ ଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ତାଙ୍କୁ ସବୁବେଳେ ହଇରାଣ ହରକତ କରାଯିବା ସହ ନିର୍ଯାତନା ଦିଆଯାଉଥିବା ବି ଲେଖିଛନ୍ତି ବର୍ଷା । ପୂର୍ବରୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ ପୁରୀଘାଟ ଥାନାକୁ ଆସି ଏତଲା ଦେଇଥିଲେ ବର୍ଷା । ଯେଉଁଥିରେ ଏକ ଭାଇରାଲ୍ ଭିଡିଓରେ ତାଙ୍କୁ ବଦନାମ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ ।

ସେପଟେ ପତ୍ନୀ ବର୍ଷାଙ୍କ ନାଁରେ ବି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ । ଦୁଇ ମାସ ତଳୁ ସୋଶାଲ୍ ମିଡିଆରେ ଭାଇରାଲ ଏକ ଅଡିଓ କ୍ଲିପ୍ର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସ ଡିଜିଙ୍କୁ ନିଜ ଲେଟର ପ୍ୟାଡ଼ରେ ଚିଠି ଲେଖିଛନ୍ତି ଅନୁରୋଧ କରିଛନ୍ତି ସାଂସଦ ଅନୁଭବ । ଲେଖିଛନ୍ତି-ସେ ଅଡିଓରେ ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଛି, ଯେଉଁଥିରେ ତାଙ୍କ ସହ ତାଙ୍କ ପରିବାର ବିରୋଧରେ ଅପରାଧିକ ଷଡ଼ଯନ୍ତ୍ରର ଯୋଜନା ହେଉଛି ।  ତେବେ ଏହି ଭାଇରାଲ ଅଡିଓ ତାଙ୍କୁ ବିବ୍ରତ କରୁଛି ଓ ତାହା ସତ ପ୍ରମାଣିତ ହେଲେ ତାଙ୍କୁ ସୁରକ୍ଷା ଦେବାକୁ ବି  ଅନୁରୋଧ କରିଛନ୍ତି ଅନୁଭବ।  ଏ ନେଇ କିନ୍ତୁ ବର୍ଷାଙ୍କ ପ୍ରତିକ୍ରିୟା ମିଳିନାହିଁ । ଏଣେ ଗଲା କିଛି ମାସ ଧରି ଅନୁଭବ-ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଓ ଦାଂପତ୍ତ୍ୟ କଳି କେବଳ ଯେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ତାନୁହେଁ ବିଭିନ୍ନ ସମୟରେ ପୋଲିସ୍ରେ ଏ ସଂକ୍ରାନ୍ତରେ ୭ରୁ ଅଧିକ ଅଭିଯୋଗ ମଧ୍ୟ ହୋଇ ସାରିଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story