ଅନୁଗୋଳ ନାକଚି ଡାକବଙ୍ଗଳାରୁ ଉଦ୍ଧାର ବାଘର ମୃତ୍ୟୁ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ନାକଚି ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ଉଦ୍ଧାର କଲରାପତରିଆ ବାଘର ଭୁବନେଶ୍ୱରସ୍ଥିତ ଓୟୁଏଟିରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ବାଘଟିର ମେରୁଦଣ୍ଡରେ ଆଘାତ ଲାଗିଥିଲା ଓ ସେ ପାରାଲିସିସରେ ଆକ୍ରାନ୍ତ ହୋଇଥିଲା। ନଭେମ୍ବର ୩୦ ତାରିଖରେ ବାଘଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବାଘଟି ନାକଚିରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ମଧ୍ୟକୁ ପଶି ଆସିଥିଲା। ସେ ଅସୁସ୍ଥ ଥିବା ଜଣାପଡ଼ିବା ପରେ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ଚିକିତ୍ସା […]

tigerdied

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 04:19 AM IST

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ନାକଚି ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ଉଦ୍ଧାର କଲରାପତରିଆ ବାଘର ଭୁବନେଶ୍ୱରସ୍ଥିତ ଓୟୁଏଟିରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ବାଘଟିର ମେରୁଦଣ୍ଡରେ ଆଘାତ ଲାଗିଥିଲା ଓ ସେ ପାରାଲିସିସରେ ଆକ୍ରାନ୍ତ ହୋଇଥିଲା।

ନଭେମ୍ବର ୩୦ ତାରିଖରେ ବାଘଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବାଘଟି ନାକଚିରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ମଧ୍ୟକୁ ପଶି ଆସିଥିଲା। ସେ ଅସୁସ୍ଥ ଥିବା ଜଣାପଡ଼ିବା ପରେ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ଚିକିତ୍ସା ପାଇଁ ଅଣାଯାଇଥିଲା।

Related story