ଓଡ଼ିଶାରୁ ଅନ୍ୱେଷ ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଓଡ଼ିଆ ମେଧାବୀ ଅନ୍ୱେଷ ଶୁଭମ ପ୍ରଧାନ ଅଛନ୍ତି। ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ସଂକ୍ରମଣ କାରଣରୁ ଆପଣମାନଙ୍କ ସହ ଭର୍ଚୁଆଲ ମିଟିଂ କରିବାକୁ ପଡ଼ିଲା ବୋଲି କହିଛନ୍ତି ମୋଦି।
Congratulate Anvesh Subham Pradhan of #Odisha on winning Pradhan Mantri Rashtriya #BalPuraskar2021 for his scholastic achievement. Wishing him a bright future.
— Naveen Patnaik (@Naveen_Odisha) January 25, 2021
କଳା ଓ ସଂସ୍କୃତି, ନବସୃଜନ ବା ଇନୋଭେସନ, ଶିକ୍ଷାଗତ ସଫଳତା, କ୍ରୀଡ଼ା, ସାହସିକତା ଓ ସାମାଜ ସେବା ବର୍ଗରେ ଦେଶର ଏହି ୩୨ ଜଣ କୁନି ପ୍ରତିଭା ପୁରସ୍କୃତ ହୋଇଛନ୍ତି। ଶିକ୍ଷାଗତ ସଫଳତା ବର୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଛନ୍ତି ଅନ୍ୱେଷ ଶୁଭମ୍। ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Extend my heartiest congratulations to all the 32 winners of the Pradhan Mantri Rashtriya Bal Puraskar, 2021. My best compliments to Odia lad Anvesh Subham Pradhan on the conferment of this prestigious award for exceptional scholastic achievement.#BalSamvadWithPM pic.twitter.com/lIk8WBIii9
— Dharmendra Pradhan (@dpradhanbjp) January 25, 2021
ଓଡ଼ିଆ ମେଧାବୀ ଅନ୍ୱେଷ ଶୁଭମ ପ୍ରଧାନ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୪୦୦ ସାର୍ଟିଫିକେଟ୍ ଓ ଛାତ୍ରବୃତ୍ତି ପାଇଛନ୍ତି। ସେ ସିଙ୍ଗାପୁର ଓ ଏସିଆନ୍ ସ୍କୁଲ ମ୍ୟାଥ୍ ଅଲମ୍ପ୍ୟାଡ୍ରେ ୩ଟି ଗୋଲ୍ଡ ମେଡାଲ ପାଇଛନ୍ତି। ସେହପରି ଥାଇଲାଣ୍ଡ ଅନ୍ତର୍ଜାତୀୟ ମ୍ୟାଥମେଟିକ୍ସ ଅଲମ୍ପ୍ୟାଡ୍ରେ ଗୋଲ୍ଡ ମ୍ୟାଡାଲ୍ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।