ଆନ୍ଧ୍ରକୁ ବଡ଼ ଝଟକା, ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ସେହିପରି କୋଟିଆରେ ଆନ୍ଧ୍ର ପକ୍ଷରୁ ହୋଇଥିବା ନିର୍ବାଚନ ବି ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗତ ଏପ୍ରିଲ ମାସରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଏପ୍ରିଲ୍ […]

andhra

Ranjit Kumar Jena
  • Published: Friday, 21 May 2021
  • , Updated: 21 May 2021, 05:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ସେହିପରି କୋଟିଆରେ ଆନ୍ଧ୍ର ପକ୍ଷରୁ ହୋଇଥିବା ନିର୍ବାଚନ ବି ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗତ ଏପ୍ରିଲ ମାସରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହୋଇଥିଲା।

ଏହା ପୂର୍ବରୁ ଏପ୍ରିଲ୍ ୬ ତାରିଖରେ ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ। ହେଲେ ପରଦିନ ଅର୍ଥାତ୍ ଏପ୍ରିଲ୍‌ ୭ ତାରିଖରେ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ। ଯାହା ଫଳରେ ଏପ୍ରିଲ୍ ୮ ତାରିଖରେ ଭୋଟ୍ ପାଇଁ ପୂରା ବାଟ୍‌ ଫିଟିଯାଇଥିଲା । ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୮ ତାରିଖରେ ଭୋଟିଂ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ନିଲମ ଶହନେୟ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏତେ ତରବରିଆ ଓ ଖୁବକମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେମାନେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ, ଯେକୌଣସି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର ଅତି କମ୍‌ରେ ୪ ସପ୍ତାହ ପରେ ଭୋଟିଂ ହେବାକଥା। ହେଲେ ନିର୍ବାଚନ ଅଧିକାରୀ ନିଲମ ଦାୟିତ୍ୱ ନେବାର ମାତ୍ର କିଛି ଦିନ ମଧ୍ୟରେ ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରି ୮ ଦିନରେ ଭୋଟିଂ କରିବାକୁ କହିଥିଲେ।

ଏହି ଆବେଦନକୁ ବିଚାର କରି ଜଷ୍ଟିସ ଦୁର୍ଗା ପ୍ରସାଦ ରାଓ ଗତକାଲି ନିର୍ବାଚନ ଉପରେ ରୋକ ଲଗାଇଥିଲେ। ଏଥିସହ ୧୫ ତାରିଖ ସୁଦ୍ଧା ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ କହିଥିଲେ। ହେଲେ ନିର୍ବାଚନ ଅଧିକାରୀ ଓ ସରକାର ଏହି ରାୟ ବିରୋଧରେ ଡିଭିଜନ ବେଞ୍ଚରେ ଆବେଦନ କରିଥିଲେ। ଡିଭିଜନ ବେଞ୍ଚରେ ଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୂପ କୁମାର ଗୋସ୍ୱାମୀ ଓ ଜଷ୍ଟିସ ସି ପ୍ରବୀଣ କୁମାର ଆଜି ଜଣିକିଆ ବେଞ୍ଚଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି।

Related story