ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ଅଭିମୁଖେ ଗଡିବ ସୁଭଦ୍ରାଙ୍କ ଦାରୁ ଶଗଡି

ଜଗତସିଂହପୁର:ଜଗତସିଂହପୁର ଅଢ଼ଙ୍ଗଗଡରୁ ଆଜି ସନ୍ଧ୍ୟାରେ ମା ସୁଭଦ୍ରାଙ୍କ ଦାରୁ ଶଗଡି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ। ଦାରୁଛେଦନ ପରେ ଚଉପଟ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ।ଏପଟେ ଶଗଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତ ରାତିରେ ଦାରୁ ଶଗଡିର ପ୍ରତିଷ୍ଠା କରାଯାଇଛି।ଦିବ୍ୟଦାରୁଙ୍କ ଶଗଡିକୁ ଅଢ଼ଙ୍ଗଗଡରୁ କଟକ-ପାରାଦୀପ ରାଜ୍ୟ ରାଜପଥକୁ ଅଣାଯିବା ପରେ କଟକ-ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ନିଆଯିବ। ମିଳିଥିବା ସୂଚନା ଅନୁସାରେ ବଳଭ୍ରଦଙ୍କ ଶଗଡି ଯେଉଁ ବାଟ ଦେଇ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ସେହି ବାଟ ଦେଇ ସୁଭଦ୍ରାଙ୍କ ଶଗଡି […]

subhadra darusagadi

Rakesh Mallick
  • Published: Wednesday, 06 May 2015
  • , Updated: 06 May 2015, 04:45 AM IST

ଜଗତସିଂହପୁର:ଜଗତସିଂହପୁର ଅଢ଼ଙ୍ଗଗଡରୁ ଆଜି ସନ୍ଧ୍ୟାରେ ମା ସୁଭଦ୍ରାଙ୍କ ଦାରୁ ଶଗଡି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ। ଦାରୁଛେଦନ ପରେ ଚଉପଟ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ।ଏପଟେ ଶଗଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତ ରାତିରେ ଦାରୁ ଶଗଡିର ପ୍ରତିଷ୍ଠା କରାଯାଇଛି।ଦିବ୍ୟଦାରୁଙ୍କ ଶଗଡିକୁ ଅଢ଼ଙ୍ଗଗଡରୁ କଟକ-ପାରାଦୀପ ରାଜ୍ୟ ରାଜପଥକୁ ଅଣାଯିବା ପରେ କଟକ-ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ନିଆଯିବ। ମିଳିଥିବା ସୂଚନା ଅନୁସାରେ ବଳଭ୍ରଦଙ୍କ ଶଗଡି ଯେଉଁ ବାଟ ଦେଇ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ସେହି ବାଟ ଦେଇ ସୁଭଦ୍ରାଙ୍କ ଶଗଡି ଯିବ।

ଅନ୍ୟପକ୍ଷରେ ରଘୁନାଥପୁର ଖରିପଡିଆରେ ଶ୍ରୀଜଗନ୍ନାଥଙ୍କ ଦିବ୍ୟଦାରୁଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ବଢିବାରରେ ଲାଗିଛି। ଦାରୁ ଛେଦନପୂର୍ବରୁ ସେଠାରେ ଶବରପଲ୍ଲୀ ଓ ଯଜ୍ଞମଣ୍ଡପ ଆଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ମହାଯଜ୍ଞ ଓ ଦାରୁ ଛେଦନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୯ କିମ୍ବା ୧୦ ତାରିଖରେ ଛେଦନ ପରେ ୧୮ ରୁ ୨୦ ତାରିଖ ସୁଦ୍ଧା ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଦାରୁ ପୁରୀ ପହଞ୍ଚିବା ସମ୍ଭାବନା ରହିଛି।

Related story