ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାଜିତା କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ବିଜେପିରେ ଯୋଗ ଦେବା ପରେ ଆଜି ଓଡ଼ିଶା ଆସିଛନ୍ତି ପୂର୍ବତନ ଆଇଏଏସ୍ ଅଫିସର୍ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାଜିତା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି,“ନିଜ ଘରକୁ ଫେରିଥିବାରୁ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ନୁହେଁ, ଆମେ ହୋଇ କାର୍ଯ୍ୟ କରିବୁ।” ଆହୁରି ପଢ଼ନ୍ତୁ- ଲୋକଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିବା ଆଶାରେ ବିଜେପିକୁ […]

aparajita

Jitendra Garnayak
  • Published: Thursday, 29 November 2018
  • , Updated: 29 November 2018, 03:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ବିଜେପିରେ ଯୋଗ ଦେବା ପରେ ଆଜି ଓଡ଼ିଶା ଆସିଛନ୍ତି ପୂର୍ବତନ ଆଇଏଏସ୍ ଅଫିସର୍ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାଜିତା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି,“ନିଜ ଘରକୁ ଫେରିଥିବାରୁ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ନୁହେଁ, ଆମେ ହୋଇ କାର୍ଯ୍ୟ କରିବୁ।”

ଆହୁରି ପଢ଼ନ୍ତୁ- ଲୋକଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିବା ଆଶାରେ ବିଜେପିକୁ ଆସିଛି: ଅପରାଜିତା

ସେ କହିଛନ୍ତି,“ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ମୁଁ ରାଜନୀତିକୁ ଆସିଛି। ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରିବି।”

ଗତ ୨୭ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାଜିତା ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର୍ ଥିଲେ। ଆହୁରି ୧୧ ବର୍ଷ ଚାକିରି ଥିବା ବେଳେ ସେ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଛନ୍ତି।

ଆହୁରି ପଢ଼ନ୍ତୁ- ଗେମ୍ ଚେଞ୍ଜର ହେବେ ଅପରାଜିତା !

Related story