ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟକର୍ତ୍ତା ଘୋଷଣା କରିଛନ୍ତି ଜେପି ନଡ୍ଡା। ନୂଆ ଟିମ୍‌ରେ ପୂର୍ବଭଳି ବୈଜୟନ୍ତ ପଣ୍ଡା ଉପାଧ୍ୟକ୍ଷ ପଦ ବଜାୟ ରଖିଥିବା ବେଳେ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ତେବେ ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକଙ୍କୁ ନିଯୁକ୍ତି ମିଳିଛି। ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁବର […]

aparajita

Tapas Behera
  • Published: Saturday, 26 September 2020
  • , Updated: 26 September 2020, 04:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟକର୍ତ୍ତା ଘୋଷଣା କରିଛନ୍ତି ଜେପି ନଡ୍ଡା। ନୂଆ ଟିମ୍‌ରେ ପୂର୍ବଭଳି ବୈଜୟନ୍ତ ପଣ୍ଡା ଉପାଧ୍ୟକ୍ଷ ପଦ ବଜାୟ ରଖିଥିବା ବେଳେ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ତେବେ ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକଙ୍କୁ ନିଯୁକ୍ତି ମିଳିଛି। ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା , ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ୍. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ମଧ୍ୟ ଉପାଧ୍ୟକ୍ଷ ଦାୟିତ୍ୱ ଦାୟିତ୍ୱ ମିଳିଛି। ଏଥିସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ପଦ ବଜାୟ ରଖିଛନ୍ତି ସମ୍ବିତ ପାତ୍ର। ସେହିପରି ୨୩ ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।  ଅନିଲ ବଲୁନି, ସାହାନୱାଜ ହୁସେନ, ରାଜୀବ ପ୍ରତାପ ରୁଡ୍ଡୀ ପ୍ରବକ୍ତାଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ମିଳିଛି।

Related story