ଗର୍ଜିଲେ ଅପରାଜିତା, କହିଲେ-ବିଜେପି କାର୍ଯ୍ୟକ୍ରମକୁ ଡରୁଛି କି ବିଜେଡି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପି କାର୍ଯ୍ୟକ୍ରମକୁ ଡରୁଛି କି ବିଜେଡି ? ନଡ୍ଡାଙ୍କ ସଭା ଦିନ ହିଁ କାହିଁକି ସମ୍ମିଳନୀ କରୁଛି ବିଜେଡି  ? ବିଜେପିକୁ ଏତେ ଭୟ କାହିଁକି ?  ଆଜି କିଛି ଏପରି ଭାବେ ବିଜେଡିର ସମ୍ମିଳନୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଡ୍ଡାଙ୍କ ସଭାରେ ଶାସକ ଦଳ ଉପରେ ବର୍ଷିଲେ ସାଂସଦ ଅପରାଜିତା। ୨୦ ବର୍ଷ ଶାସନ କରୁଥିବା ଦଳର ଡର ଅଛି କି ପଚାରିଲେ ଅପରାଜିତା । […]

aparajita

aparajita

Niharika Rout
  • Published: Thursday, 29 September 2022
  • Updated: 29 September 2022, 02:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପି କାର୍ଯ୍ୟକ୍ରମକୁ ଡରୁଛି କି ବିଜେଡି ? ନଡ୍ଡାଙ୍କ ସଭା ଦିନ ହିଁ କାହିଁକି ସମ୍ମିଳନୀ କରୁଛି ବିଜେଡି  ? ବିଜେପିକୁ ଏତେ ଭୟ କାହିଁକି ?  ଆଜି କିଛି ଏପରି ଭାବେ ବିଜେଡିର ସମ୍ମିଳନୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ନଡ୍ଡାଙ୍କ ସଭାରେ ଶାସକ ଦଳ ଉପରେ ବର୍ଷିଲେ ସାଂସଦ ଅପରାଜିତା। ୨୦ ବର୍ଷ ଶାସନ କରୁଥିବା ଦଳର ଡର ଅଛି କି ପଚାରିଲେ ଅପରାଜିତା । ଆମ ସଭାପତି ଆସିବା ଶୁଣି ତରବରରେ ବରମୁଣ୍ଡାରେ ସଭା କଲେ । ଆଉ କେଉଁ ଦିନ ସମୟ ହେଲାନି, ଆଜି କାହିଁକି ସଭା କଲେ।  କଣ ବିଜେପିକୁ ଡରି ଯାଉଛନ୍ତି କି, ଭିତରେ ଡର ଅଛି କି ବୋଲି ଖୁଲମଖୁଲା ପ୍ରଶ୍ନ କରିଛନ୍ତି ଅପରାଜିତା  ।

ଏଥିସହ ସେ କହିଛନ୍ତି, ଆମ ସଭାପତି ୩ ଦିନରେ ୩ ରାଜ୍ୟ ବୁଲିଲେଣି, ଆଜି ଏଠାକୁ ଆସିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଅଛନ୍ତି , ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେନି, ଭିଡିଓ କନଫରେନସିଂରେ ଦେଖିବେ । ଏଭଳି ସ୍ଥିତିରେ କାହିଁକି ବିଜେଡି କାର୍ଯ୍ୟକ୍ରମ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ।

ଜନତା ମଇଦାନ କାର୍ଯ୍ୟକ୍ରମକୁ ରାଜ୍ୟର ହଜାରେ ୮ ମଣ୍ଡଳରୁ କର୍ମୀ ଆସିଛନ୍ତି । ତାଙ୍କୁ ରୋକିବାକୁ ପୁଲିସ୍ ପ୍ରଶାସନ ଲାଗିଛନ୍ତି । ହେଲେ ଏଥିରେ ସଫଳ ହୋଇପାରିନାହାନ୍ତି ବୋଲି ଦୋହରାଇଛନ୍ତି ଅପରାଜିତା । ସେପଟେ ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ଆଜି ରାଜଧାନୀ ଛାତି ଉପରେ ନିଜ ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି ଉଭୟ ବିଜେପି ଓ ବିଜେଡି। ଗୋଟିଏ ପଟେ ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମ କରୁଥିବା ବେଳେ ଅପରପକ୍ଷେ ବିଜେଡିର ୨ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି।

ବିଜେଡି କାର୍ଯ୍ୟକ୍ରମରେ ଯୁବ, ଛାତ୍ର, ମହିଳା ଏବଂ ଜିଲ୍ଲାସ୍ତରୀୟ ପ୍ରତିନିଧି ଯୋଗଦେଇଛନ୍ତି । ଆସନ୍ତାକାଲି ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ୍ ସମେତ ତିନି ମହାନଗର ନିଗମର ମେୟର ଉପସ୍ଥିତ ରହିବେ ।

ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ଦଳ ପଦଯାତ୍ରା ଆରମ୍ଭ କରିବ । ଏହାପୂର୍ବରୁ ପ୍ରସ୍ତୁତି ଓ ଏହାକୁ ନେଇ ସବିଶେଷ ଆଲୋଚନା ହେଉଛି । ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ସୁଫଳ ପହଞ୍ଚାଇବା ପାଇଁ ବରିଷ୍ଠ ନେତା ମନ୍ତ୍ର ଦେବେ । ଏହି କାର୍ଯ୍ୟକ୍ରମ ପାଇଁ ବରମୁଣ୍ଡା ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି ।

ରାଜ୍ୟ ସରକାରଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେ ଦିଗରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗଠନ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି । ଚଳିତବର୍ଷ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ । ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପଦଯାତ୍ରା ବେଳେ ଏଦିଗରେ ଫୋକସ କରିବା ଦରକାର ବୋଲି କହିଛନ୍ତି ନବୀନ ।

https://youtu.be/MB_gf9vARpE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story