ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱର-ସୁରଟ ମଧ୍ୟରେ ସପ୍ତାହରେ ୨ ଥର ବିମାନ ଚଳାଚଳ କରିବ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଅପରାଜିତା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ଅପରାଜିତା।
Met Sri Hardeep Singh Puri, Hon'ble Minister, Civil Aviation, alongwith Hon'ble MP, Surat today. We both requested him for a direct flight between Surat and Bhubaneswar. Good news that the flight would start twice a week very soon. Felt happy with the outcome of the meeting. pic.twitter.com/sGHcxfdxje
— Aparajita Sarangi (@AprajitaSarangi) July 22, 2019
ଅପରାଜିତା ଲେଖିଛନ୍ତି ଯେ, ସେ ଆଜି ସୁରଟ ଏମପିଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ସାକ୍ଷାତ କରିଛନ୍ତି। ସୁରଟରୁ ସିଧାସଳଖ ଭୁବନେଶ୍ୱରକୁ ବିମାନ ଚଳାଚଳ ପାଇଁ ଆମେ ଉଭୟେ ମନ୍ତ୍ରୀଙ୍କୁ ଅନୁରୋଧ କରିଛୁ । ତେବେ ଭଲ ଖବର ହେଉଛି ଅତି ଶୀଘ୍ର ଉଭୟ ସ୍ଥାନକୁ ସପ୍ତାହରେ ୨ଥର ବିମାନ ଚଳାଚଳ କରିବ।