ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ‘ଅରଣ୍ୟ ନିବାସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିତରକନିକାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ‘ଅରଣ୍ୟ ନିବାସ’ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତରକନିକାରେ ‘ଅରଣ୍ୟ ନିବାସ’ର ଶୁଭ ଉଦଘାଟନ କରିଛନ୍ତି। ଭିତରକନିକାରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେଉଥିବାବେଳେ ଅରଣ୍ୟ ନିବାସ ଭଳି ସ୍ଥାୟୀ ରହଣୀ ସୁବିଧା ଆଗାମୀ ଦିନରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ। ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ‘ଅରଣ୍ୟ ନିବାସ’କୁ ଓଟିଡିସି ପରିଚାଳନା […]

80-80

80-80

Tapas Behera
  • Published: Thursday, 24 December 2020
  • Updated: 24 December 2020, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିତରକନିକାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ‘ଅରଣ୍ୟ ନିବାସ’ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତରକନିକାରେ ‘ଅରଣ୍ୟ ନିବାସ’ର ଶୁଭ ଉଦଘାଟନ କରିଛନ୍ତି। ଭିତରକନିକାରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେଉଥିବାବେଳେ ଅରଣ୍ୟ ନିବାସ ଭଳି ସ୍ଥାୟୀ ରହଣୀ ସୁବିଧା ଆଗାମୀ ଦିନରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ।

ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ‘ଅରଣ୍ୟ ନିବାସ’କୁ ଓଟିଡିସି ପରିଚାଳନା କରିବ। ଦେଶବିଦେଶର ପର୍ଯ୍ୟଟକଙ୍କୁ ହାତପାଆନ୍ତାରେ ସମସ୍ତ ସୁବିଧାସୁଯୋଗ ଓ ରହଣୀ ସହ ସେମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନରେ ମନୋରମ ସୌନ୍ଦର୍ଯ୍ୟ ଉପଭୋଗ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥାପନ ହୋଇଥିବା ‘ଅରଣ୍ୟ ନିବାସ’ ଅଧିକ ସହାୟକ ହୋଇପାରିବ। ଭିତରକନିକାର ଅରଣ୍ୟ ନିବାସରେ ରାତ୍ରିଯାପନ ପାଇଁ ଯେକେହି ପାନ୍ଥନିବାସର ୱେବସାଇଟକୁ ଯାଇ ବୁକିଂ କରିପାରିବେ। ଏହି ଅରଣ୍ୟ ନିବାସରେ ମୋଟ ୧୨ଟି ରୁମ ଥିବାବେଳେ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ନିମନ୍ତେ ଏକ ରେଷ୍ଟୁରାଣ୍ଟ ମଧ୍ୟ ରହିଛି।
ଆଜି ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ଧ୍ରୁବଚରଣ ସାହୁ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos