ଅରବିନ୍ଦ ମୁଦୁଲିଙ୍କ ବିଷୟରେ କିଛି ଜଣା ଅଜଣା କଥା, ପଢନ୍ତୁ ସେ ଗାଇଥିବା କିଛି ଲୋକପ୍ରିୟ ଭଜନ ସମ୍ପର୍କରେ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭଜନ ଜଗତର ଅନ୍ୟତମ ମହାନାୟକ ଅରବିନ୍ଦ ମୁଦୁଲି ଆଉ ନାହାନ୍ତି। ଅରବିନ୍ଦ ମୁଦୁଲିଙ୍କ ଗୁରୁବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ  ଶୋକର ଛାୟା ଖେଳି ଯାଇଛି। ଖୋର୍ଦ୍ଧା ଜିଲ୍ଲା ଖଣତି ଗାଁରେ ଜନ୍ମିତ ଅରବିନ୍ଦ ଏକା ଧାରରରେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ […]

ratha

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 06:30 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭଜନ ଜଗତର ଅନ୍ୟତମ ମହାନାୟକ ଅରବିନ୍ଦ ମୁଦୁଲି ଆଉ ନାହାନ୍ତି। ଅରବିନ୍ଦ ମୁଦୁଲିଙ୍କ ଗୁରୁବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ  ଶୋକର ଛାୟା ଖେଳି ଯାଇଛି। ଖୋର୍ଦ୍ଧା ଜିଲ୍ଲା ଖଣତି ଗାଁରେ ଜନ୍ମିତ ଅରବିନ୍ଦ ଏକା ଧାରରରେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଥିଲେ। ବିଷେଶ କରି ସେ ଜଗନ୍ନାଥଙ୍କ ଭଜନ ଗାଈ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ ସେ। ଭଜନ ସମ୍ରାଟ ଭିକାରୀ ବଳ ତାଙ୍କ ଆଦର୍ଶ ଥିଲେ।

ସେହିପରି ଭିକାରୀ ବଳଙ୍କ ଠାରୁ ସେ ସଙ୍ଗିତ ଶିକ୍ଷା ଆରମ୍ଭ କରିଥିଲେ। ଅରବିନ୍ଦ ୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖ  ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ । କେବଳ ଓଡ଼ିଶା ନୁହଁ ଓଡ଼ିଶା ବାହାରେ ତଥା ଦେଶ ବାହାରେ ମଧ୍ୟ ସେ ବହୁ ଭଜନ ପରିବେଷଣ କରିଛନ୍ତି ସେ। ସେ ଗାଇଥିବା ବହୁଲୋକପ୍ରିୟ ଗୀତ ମଧ୍ୟରେ, ଚାଳରେ ମୋ ବସୁ ପଛେ ଶାଗୁଣା ପକ୍ଷୀ, ନନ୍ଦସୂତ କଳାକହ୍ନାଇ, କଳା ସାଆନ୍ତେ ଅଛ କେମନ୍ତେ, ଆସିଥିଲି ଶ୍ରୀମନ୍ଦିର ଜାଉଛି ମୁଁ ସ୍ଵର୍ଗଦ୍ଵାର, ଅନ୍ଧ କହୁଛି ଆରେ ଛୋଟା ଭାଇ,  ନାରାୟଣି ସେନା ଲୋଡାନାହି ମୋର, ମାଠିଆରେ ଗୋଟେ କଣା ଆଦି ଗୀତ ରହିଛି। ସେହିପରି ମହାବାହୁ, ଚକାଆଖି, ନୀଳମାଧବ ଅମୃତବାଣୀ,  ତତ୍ତ୍ଵ ସାର ଭଜନମାଳା, ଝୁଲଣ ବେଦି ଏବଂ ଚିକ୍କଣ କାଳିଆ ମୋହନ ଆଦି ଗୀତରେ ଅରବିନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି।

Related story