ଏ ମାଓବାଦୀଙ୍କ ପୋଷ୍ଟର ତ?

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ଆସନ୍ତାକାଲି  ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ‌ଆହ୍ୱାନ ଦେଇଛନ୍ତି ମାଓବାଦୀ।  ଏହି ପୋଷ୍ଟର ଓ ବ୍ୟାନର ତଳକୁ ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି। ଚନ୍ଦାହାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି।  ପ୍ରକୃତରେ ବ୍ୟାନର ଓ ପୋଷ୍ଟର କିଏ ଲଗାଇଛି ତାହା ତଦନ୍ତ ପରେ ଜଣାପଡ଼ିବ। ଆସନ୍ତାକାଲି ସ୍ୱାଧୀନତା ଦିବସ  ଥିବାରୁ  ସମଗ୍ର ଦେଶରେ ଜୋରସୋର ପ୍ରସ୍ତୁତି […]

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 11:06 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ଆସନ୍ତାକାଲି  ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ‌ଆହ୍ୱାନ ଦେଇଛନ୍ତି ମାଓବାଦୀ।  ଏହି ପୋଷ୍ଟର ଓ ବ୍ୟାନର ତଳକୁ ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି।

ଚନ୍ଦାହାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି।  ପ୍ରକୃତରେ ବ୍ୟାନର ଓ ପୋଷ୍ଟର କିଏ ଲଗାଇଛି ତାହା ତଦନ୍ତ ପରେ ଜଣାପଡ଼ିବ।

ଆସନ୍ତାକାଲି ସ୍ୱାଧୀନତା ଦିବସ  ଥିବାରୁ  ସମଗ୍ର ଦେଶରେ ଜୋରସୋର ପ୍ରସ୍ତୁତି ଚାଲିଛି।  ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ଚନ୍ଦାଘାଟିରେ ଲାଗିଥିବା ମାଓପୋଷ୍ଟର ପୋଲିସର ଚିନ୍ତା ବଢାଇ ଦେଇଛି।

ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ଜାନୁଆରୀ ୨୬ ଆସିଲେ  ମାଓବାଦୀମାନେ ପୋଷ୍ଟର ମାରିଥାନ୍ତି। କେତେକ ସମୟରେ କିଛି ଦୃଷ୍ଟ ପ୍ରବୃତ୍ତିର ଲୋକ ପୋଷ୍ଟର ମାରି ଏହାର ଫାଇଦା ମଧ୍ୟ ନେଇଥାନ୍ତି।

Related story