ସମ୍ବଲପୁର (ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଜଣେ ପୁଲିସ୍ ଏଏସ୍ଆଇ ଛେଳି ଚୋରି କରି ଚର୍ଚ୍ଚାକୁ ଆସିଥିବା ବେଳେ ଆଜି ଶାଢ଼ି ଚୋରି କରି ଫସିଛନ୍ତି ଆଉ ଜଣେ ସରକାରୀ ଚାକିରିଆ। ଘଟଣାଟି ଘଟିଛି ସମ୍ବଲପୁରରେ।
ଶାଢ଼ି ଚୋରି କରି ଗିରଫ ହୋଇଥିବା ଏହି ସରକାରୀ ଚାକିରିଆ ଜଣେ ମହିଳା। ତାଙ୍କ ନାଁ ସନ୍ଧ୍ୟା ଆନନ୍ଦ ଦୋରା। ସେ ସହକାରୀ ରାଜସ୍ୱ ନିରୀକ୍ଷକ (ଏଆର୍ଆଇ) ଅଛନ୍ତି। ଏବେ ସେ ସମ୍ବଲପୁର ଜିଲ୍ଲା ଯୁଯୁମରା ତହସିଲ୍ କାର୍ଯ୍ୟାଳୟରେ ଅଛନ୍ତି।
ସନ୍ଧ୍ୟା ଆନନ୍ଦ ସମ୍ବଲପୁର ସହରର ଭିଏସ୍ଏସ୍ ମାର୍ଗ ସ୍ଥିତ ଏକ ଶୋ’ରୁମ୍ରୁ ଶାଢ଼ି ଚୋରି କରିଥିଲେ। ଏହି ଶାଢ଼ିର ଦାମ ୩୫ ହଜାର ଟଙ୍କା। ଶାଢ଼ିଟିକୁ ସେ ଲୁଚାଇ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଥିଲା।
ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ସହକାରୀ ରାଜସ୍ୱ ନିରୀକ୍ଷକ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଚୋରି ଶାଢ଼ିଟିକୁ ମଧ୍ୟ ଜବତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।