ଇନ୍ସପେକ୍ଟର ସଙ୍ଗୀତା ମହାପାତ୍ରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ବରଗଡ଼ (ଦୀପକ ଶାର୍ମା): ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଇନ୍ସପେକ୍ଟର ସଙ୍ଗୀତା ମହାପାତ୍ରଙ୍କ ବିରୋଧରେ ଜାରି ହେଇଛି ଜାମିନ ବିହୀନ ପରୱାନା। ୨୦୦୮ ମସିହାରେ ସେ ପୁରୀର କୁମ୍ଭାରପଡ଼ା ଥାନାରେ ସବ୍‌-ଇନ୍ସପେକ୍ଟର ଥିଲେ। ସେହିବର୍ଷ ଡିସେମ୍ବର ୯ ତାରିଖରେ ସେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାରେ ତାଙ୍କୁ ପୁରୀ ସିଜେଏମ କୋର୍ଟ ପକ୍ଷରୁ ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ତେବେ ସେ କୌଣସି ଉତ୍ତର ଦେଉନଥିଲେ […]

Inspector Sangita Mohapatra

Inspector Sangita Mohapatra

Jitendra Garnayak
  • Published: Friday, 17 December 2021
  • Updated: 17 December 2021, 04:26 PM IST

Sports

Latest News

ବରଗଡ଼ (ଦୀପକ ଶାର୍ମା): ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଇନ୍ସପେକ୍ଟର ସଙ୍ଗୀତା ମହାପାତ୍ରଙ୍କ ବିରୋଧରେ ଜାରି ହେଇଛି ଜାମିନ ବିହୀନ ପରୱାନା।

୨୦୦୮ ମସିହାରେ ସେ ପୁରୀର କୁମ୍ଭାରପଡ଼ା ଥାନାରେ ସବ୍‌-ଇନ୍ସପେକ୍ଟର ଥିଲେ। ସେହିବର୍ଷ ଡିସେମ୍ବର ୯ ତାରିଖରେ ସେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାରେ ତାଙ୍କୁ ପୁରୀ ସିଜେଏମ କୋର୍ଟ ପକ୍ଷରୁ ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ତେବେ ସେ କୌଣସି ଉତ୍ତର ଦେଉନଥିଲେ କି ହାଜର ହୋଇ ନଥିଲେ।

ସେଥିପାଇଁ ଗତ ଏପ୍ରିଲ ୧୨ ତାରିଖରେ କୋର୍ଟ ପକ୍ଷରୁ ବରଗଡ଼ ଏସପିଙ୍କୁ ଏନେଇ ନିର୍ଦ୍ଦେଶ ହୋଇଥିଲା। ତଥାପି ସଙ୍ଗୀତା କୋର୍ଟରେ ହାଜରା ନହେବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଏହି ଘଟଣା ନେଇ ବରଗଡ଼ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos