୩ କ୍ୟାଡର୍ ମହିଳା ମାଓବାଦୀ ଗିରଫ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୋଲିସ ୩ ଜଣ କ୍ୟାଡର୍ ମହିଳା ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଏରିଆ କମାଣ୍ଡର ଯୋଗୀ କବାସୀ ଏବଂ ଅନ୍ୟ ଦୁଇ ଜଣ ଏରିଆ କମିଟି ମେମ୍ବର ଇଡମେ ମାଣ୍ଡବୀ ଏବଂ ଜାମଲୀ କୁରାମୀ ବୋଲି ଜଣାପଡ଼ିଛି। ଯୋଗୀ କବାସୀ ମୁଣ୍ଡରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବାବେଳେ ଅନ୍ୟ ୨ ଜଣଙ୍କ ମୁଣ୍ଡ ପିଛା ଥିଲା ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ତୁଳସୀ ପାହାଡ଼ରେ ମାଓ ଶିବିର ଥିବା ସୂଚନା ପାଇ ମାଲକାନଗିରି ପୋଲିସ ଅପରେସନ କରିଥିଲା। ଏସ୍‌ପିଙ୍କ ନେତୃତ୍ୱରେ ହୋଇଥିବା ଏହି ଅପରେସନରେ ଏସ୍ଓଜି ଏବଂ ଡିଭିଏଫ୍ ବାହିନୀ ସାମିଲ୍ ହୋଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଚମ୍ପଟ ମାରିଥିବା ବେଳେ ଏହି ୩ ଜଣଙ୍କୁ ପୋଲିସ ଘଟଣାସ୍ଥଳକୁ ଗିରଫ କରିଛି ।