ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ତେଜିଲା ଉତ୍ତେଜନା

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତେଜିଛି ଉତ୍ତେଜନା। ପରିବାର ଲୋକେ ଏଥିନିମନ୍ତେ ପୁଲିସ୍‌କୁ ସିଧାସଳଖ ଦାୟୀ କରିଥିବା ବେଳେ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ନାମ ତାରିକ ସଲିମ୍ ଓ ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ  ବୀରମିତ୍ରପୁର ଥାନ ପୁଲିସ୍‌ […]

bmpur-1

Niharika Rout
  • Published: Thursday, 19 November 2020
  • , Updated: 19 November 2020, 12:02 PM IST

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତେଜିଛି ଉତ୍ତେଜନା। ପରିବାର ଲୋକେ ଏଥିନିମନ୍ତେ ପୁଲିସ୍‌କୁ ସିଧାସଳଖ ଦାୟୀ କରିଥିବା ବେଳେ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ନାମ ତାରିକ ସଲିମ୍ ଓ ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ  ବୀରମିତ୍ରପୁର ଥାନ ପୁଲିସ୍‌ ଦ୍ୱାରା ଗିରଫ ହୋଇ ତାରିକ ଥାନା ହାଜତରେ ଥିଲେ। ହେଲେ ଆଜି ସକାଳେ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ପୁଅର ମୃତ୍ୟୁ ହୋଇଯାଇଥିବା ଖବର ଦିଆଯାଇଥିଲା। ହାଜତରେ ମାଡ଼ ମାରିବା ପରେ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପୁଲିସ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ଯୁବକଜଣକ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା  ଓ ପରେ RGHକୁ ନିଆଯାଇଥିଲା । RGHରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଏସ୍‌ପି କହିଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କ ସମେତ ବହୁ ଉପରିସ୍ଥ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି। ଘଟଣାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନ ଥିବା ଜଣାଯାଇଛି।

Related story