ରସିକିଆ ସାରଙ୍କ ରଙ୍ଗିଲା କାହାଣୀ, ୪ ଯୁବତୀଙ୍କୁ କରିଛନ୍ତି ବିବାହ!

କଟକ (ଓଡ଼ିଶା ରିପୋର୍ଟର): ରସିକିଆ କଳା ସାର୍‌ଙ୍କ ରଙ୍ଗିଲା କାରନାମାକୁ ନେଇ କଟକରେ ଚର୍ଚ୍ଚା। ୪ ଜଣ ଯୁବତୀଙ୍କୁ ବାହା ହୋଇ ବିନ୍ଦାସ୍‌ ଲାଇଫ୍‌ ବିତାଉଥିଲେ ଏହି କଳା ଶିକ୍ଷକ। ନାଁ ତାଙ୍କର କୃଷ୍ଣଚନ୍ଦ୍ର ନାୟକ। ପ୍ରଥମ ଓ ତୃତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ କଟକ ମହିଳା ଥାନା ପୁଲିସ ରଙ୍ଗିଲା ଶିକ୍ଷକ କୃଷ୍ଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସେ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି। ଅଭିଯୋଗରୁ ପ୍ରକାଶ,  କୃଷ୍ଣଚନ୍ଦ୍ର ନାୟକ […]

rangila

rangila

Manoranjan Sial
  • Published: Friday, 19 February 2021
  • Updated: 19 February 2021, 06:57 PM IST

କଟକ (ଓଡ଼ିଶା ରିପୋର୍ଟର): ରସିକିଆ କଳା ସାର୍‌ଙ୍କ ରଙ୍ଗିଲା କାରନାମାକୁ ନେଇ କଟକରେ ଚର୍ଚ୍ଚା। ୪ ଜଣ ଯୁବତୀଙ୍କୁ ବାହା ହୋଇ ବିନ୍ଦାସ୍‌ ଲାଇଫ୍‌ ବିତାଉଥିଲେ ଏହି କଳା ଶିକ୍ଷକ। ନାଁ ତାଙ୍କର କୃଷ୍ଣଚନ୍ଦ୍ର ନାୟକ। ପ୍ରଥମ ଓ ତୃତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ କଟକ ମହିଳା ଥାନା ପୁଲିସ ରଙ୍ଗିଲା ଶିକ୍ଷକ କୃଷ୍ଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସେ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି।

ଅଭିଯୋଗରୁ ପ୍ରକାଶ,  କୃଷ୍ଣଚନ୍ଦ୍ର ନାୟକ ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ଲୁଚାଛପାରେ ଆଉ ଜଣେ ଝିଅକୁ ବିବାହ କରିଥିଲେ। ତା’ପରେ ଲକ୍‌ଡାଉନ୍‌ ବେଳେ ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲେ। ପ୍ରଥମ ଓ ତୃତୀୟ ସ୍ତ୍ରୀ ଏକଥା ଜାଣିବା ପରେ ଥାନାରେ ଜଣାଇଥିଲେ। ଏତଲା ପରେ ଚତୁର୍ଥ ପତ୍ନୀ ପାଖରେ ରହୁଥିବା କଳା ସାରଙ୍କୁ ଧରିଥିଲା ପୁଲିସ।

ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁସାରେ ୨୦୧୬ ମସିହାରେ ତାଙ୍କୁ କୃଷ୍ଣଚନ୍ଦ୍ର ନାୟକ ବିବାହ କରିଥିଲେ। ବାହାଘର ପରେ  ସେ ୪୨ ମୌଜା ସ୍ଥିତ କୃଷ୍ଣଙ୍କ ଘରେ ଶାଶୂ ଓ ନଣଦଙ୍କ ସହ ରହୁଥିଲେ। କିନ୍ତୁ ରାତିରେ କୃଷ୍ଣଚନ୍ଦ୍ର ଘରେ ଅନୁପସ୍ଥିତ ରହୁଥିଲେ। ବେଳେ ବେଳେ ସେ ଦିନରେ ଆସନ୍ତି ଓ ତରତର ହୋଇ ପଳାନ୍ତି। ପଚାରିଲେ ନାନା ବାହାନା ଦେଖାଉଥିଲେ। 

ତେବେ ଦିନେ କୃଷ୍ଣଙ୍କ ବାଇକ ଡିକିରୁ ଜଣେ ଯୁବତୀଙ୍କ ଫଟୋ ଦେଖିବାକୁ ପାଇଥିଲେ ପ୍ରଥମ ପତ୍ନୀ। ସେ ସମ୍ପର୍କରେ ତାଙ୍କୁ ପଚାରିଥିଲେ। ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହା ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପାରାବାରିକ ଝଡ଼ ପରେ ସେ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ଏନେଇ ସେ ୨୦୨୦ ମାର୍ଚ୍ଚ ୧୨ ତାରିଖରେ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା। ଏବେ ସେ ୩ଟି ଝିଅକୁ ନେଇ କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି।  

ତୃତୀୟ ପତ୍ନୀଙ୍କ ଅଭିଯୋଗ ଅନୁସାରେ ୨୦୨୦ ମସିହାରେ ତାଙ୍କୁ ରଘୁନାଥ ମନ୍ଦିରରେ ବିବାହ କରିଥିଲେ କୃଷ୍ଣ। ବିବାହ ବୈଦିକ ରୀତିନୀତିରେ ହୋଇଥିଲେ। କିନ୍ତୁ ସେ ଘରେ ରହୁ ନଥିଲେ। ପାଠ ପଢ଼ିବା ବାହାନାରେ ପଳାଇ ଯାଉଥିଲେ। ଏବେ କୃଷ୍ଣଙ୍କ ପ୍ରଥମ ପତ୍ନୀଙ୍କଠାରୁ ସବୁ କଥା ଶୁଣିବା ପରେ ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos