ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା: ଡିଏସପି ପ୍ରମୋଦ ପଣ୍ଡାଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ କ୍ରାଇମ୍ ବ୍ରାଞ୍ଚ୍ ଡିଏସପି ପ୍ରମୋଦ ପଣ୍ଡାଙ୍କୁ ହାଇକୋର୍ଟରେ ଜାମିନ ମିଳିଛି। ୧୦ ଲକ୍ଷ୍ୟ ଟଙ୍କ।  ଜମା ଦେଇ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ପ୍ରମୋଦ ପଣ୍ଡା କ୍ରାଇମ୍ ବ୍ରାଞ୍ଚ ଡିଏସ୍ପି ଥିବାବେଳେ ଅର୍ଥତତ୍ତ୍ୱ ଗ୍ରୁପ୍ ଅଫ୍ କମ୍ପାନୀଜ୍ ସିଏମ୍ଡି ପ୍ରଦୀପ ସେଠୀଙ୍କ ସହ ସଂପର୍କ ଥିବା ସିବିଆଇ ଚାର୍ଜସିଟ୍ରେ ଦର୍ଶାଇଥିଲା। ସେହିପରି ପ୍ରଦୀପ ଅନେକ ସମୟରେ ପ୍ରମୋଦଙ୍କୁ ଆଇପ୍ୟାଡ୍ ଭଳି ଦାମୀ ଉପହାର ଏବଂ ଓଡ଼ିଶା […]

promad

promad

Rakesh Mallick
  • Published: Friday, 15 May 2015
  • Updated: 15 May 2015, 11:42 AM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ କ୍ରାଇମ୍ ବ୍ରାଞ୍ଚ୍ ଡିଏସପି ପ୍ରମୋଦ ପଣ୍ଡାଙ୍କୁ ହାଇକୋର୍ଟରେ ଜାମିନ ମିଳିଛି। ୧୦ ଲକ୍ଷ୍ୟ ଟଙ୍କ।  ଜମା ଦେଇ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ପ୍ରମୋଦ ପଣ୍ଡା କ୍ରାଇମ୍ ବ୍ରାଞ୍ଚ ଡିଏସ୍ପି ଥିବାବେଳେ ଅର୍ଥତତ୍ତ୍ୱ ଗ୍ରୁପ୍ ଅଫ୍ କମ୍ପାନୀଜ୍ ସିଏମ୍ଡି ପ୍ରଦୀପ ସେଠୀଙ୍କ ସହ ସଂପର୍କ ଥିବା ସିବିଆଇ ଚାର୍ଜସିଟ୍ରେ ଦର୍ଶାଇଥିଲା। ସେହିପରି ପ୍ରଦୀପ ଅନେକ ସମୟରେ ପ୍ରମୋଦଙ୍କୁ ଆଇପ୍ୟାଡ୍ ଭଳି ଦାମୀ ଉପହାର ଏବଂ ଓଡ଼ିଶା ଭିତରେ ବୁଲିବାକୁ ଗାଡ଼ି ଓ ବାହାରକୁ ଯିବାକୁ ବିମାନ ଟିକଟ ସୁବିଧା ଯୋଗାଇ ଦେଉଥିଲେ। ପ୍ରମୋଦଙ୍କ ପତ୍ନୀ ଗୀତାଞ୍ଜଳି ପଣ୍ଡା "ଜିକା' ନାମକ କମ୍ପ୍ୟୁଟର ଇନଷ୍ଟିଚୁଟ୍ ଚଳାଉଥିଲେ। ବିଭିନ୍ନ ସମୟରେ ଏହି ଇନ୍ଷ୍ଟଚ୍ୟୁଟ ମାଧ୍ୟମରେ ପ୍ରମୋଦଙ୍କୁ ଏଟି ଗ୍ରୁପ୍ର ଟଙ୍କ। ଦିଆଯାଉଥିଲା। ବଦଳରେ ପ୍ରମୋଦ ଏଟି ଗ୍ରୁପର ବେଆଇନ୍ କାରବାରକୁ ସୁରକ୍ଷା ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos