ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସିଡିପି ଯୋଜନାରେ ଭୁବନେଶ୍ୱରରେ ନିର୍ମାଣ ହେବ ୫୬୦୦ ଘର

ଭୁବନେଶ୍ୱର: ସମନ୍ୱିତ ଉନ୍ନୟନ ଯୋଜନା ବା ସିଡିପିରେ  ଭୁବନେଶ୍ୱରରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ୫୬୦୦ଟି ଘର ନିର୍ମାଣ କରାଯିବ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକ ଏ ସମ୍ପର୍କିତ ପ୍ରସ୍ତାବ ପାଇଛି ଅନୁମୋଦନ। ସେହିପରି ଭୁବନେଶ୍ୱରର ସରକାରୀ ଜମିକୁ ନେଇ ଏକ ଲ୍ୟାଣ୍ଡ ବ୍ୟାଙ୍କ  ମଧ୍ୟ ଗଠନ ହେବ। ୩ ହଜାରରୁ ୪ ହଜାର ଏକର ଜମିକୁ ନେଇ ଗଠନ କରାଯିବ ଏହି ଲ୍ୟାଣ୍ଡ […]

bbsr

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 12:16 PM IST

ଭୁବନେଶ୍ୱର: ସମନ୍ୱିତ ଉନ୍ନୟନ ଯୋଜନା ବା ସିଡିପିରେ  ଭୁବନେଶ୍ୱରରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ୫୬୦୦ଟି ଘର ନିର୍ମାଣ କରାଯିବ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକ ଏ ସମ୍ପର୍କିତ ପ୍ରସ୍ତାବ ପାଇଛି ଅନୁମୋଦନ। ସେହିପରି ଭୁବନେଶ୍ୱରର ସରକାରୀ ଜମିକୁ ନେଇ ଏକ ଲ୍ୟାଣ୍ଡ ବ୍ୟାଙ୍କ  ମଧ୍ୟ ଗଠନ ହେବ। ୩ ହଜାରରୁ ୪ ହଜାର ଏକର ଜମିକୁ ନେଇ ଗଠନ କରାଯିବ ଏହି ଲ୍ୟାଣ୍ଡ ବ୍ୟାଙ୍କ। ବ୍ୟବସାୟିକ, ସ୍ୱାସ୍ଥ୍ୟ ଓ ଶିକ୍ଷାନୁଷ୍ଠାନ ପାଇଁ ଭବିଷ୍ୟତରେ ଏଠାରୁ ଜମି ଦିଆଯିବ। ସେହିପରି ଜମି ଆବଣ୍ଟନ ନେଇ ବିଡିଏ ପ୍ରସ୍ତୁତ କରିଥିବା ନିୟମାବଳୀ ମଧ୍ୟ ସେପେମ୍ୱର ସୁଦ୍ଧା ସରକାରଙ୍କ ଅନୁମୋଦନ ପାଇବ ବୋଲି ବୈଠକ ପରେ ବିଡିଏ ଉପାଧ୍ୟକ୍ଷ କହିଛନ୍ତି। ତେବେ ଏଣିକି କେବଳ ବିଡିଏର  ପ୍ଲଟ ଗୁଡିକ ଇ- ନିଲାମ କରାଯିବ ବୋଲି ସେ କହିଛନ୍ତି।

Related story