ଅରଗୁଳୁ କ୍ୟାମ୍ପସ୍ ନବନିର୍ମିତ ଛାତ୍ରାବାସ ଓ ଅଡିଟୋରିୟମ ଉଦଘାଟିତ

ଖୋର୍ଦ୍ଧା: ଆସନ୍ତାବର୍ଷ ଆଇଆଇଟି ଅରଗୁଳୁ କ୍ୟାମ୍ପସ୍ କାମ ସରିବା ପରେ ନୂଆ କ୍ୟାମ୍ପସରେ ପିଲାଙ୍କ ପାଠପଢା ଆରମ୍ଭ ହେବ । ଆଜି ଅରଗୁଳୁ ଆଇଆଇଟି କ୍ୟାମ୍ପସରେ ୮୦୦ଛାତ୍ରଙ୍କ ପାଇଁ ନବନିର୍ମିତ ଛାତ୍ରାବାସ ଓ ଏକ ଅଡିଟୋରିୟମକୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ଭୁବନେଶ୍ୱର ଆଇଆଇଟିର ଚେୟାରମ୍ୟାନ ତଥା ବୋର୍ଡ ଅଫ ଗଭରନର୍ସ ଏସ୍.କେ. ରୁଙ୍ଗୁଟା। ଅରଗୁଳୁ ଆଇଆଇଟି ୯୩୬ ଏକର ଜମି ଉପରେ ୨୦୦୮ରୁ ଆରମ୍ଭ ହୋଇଥିଲା। ଏହି କ୍ୟାମ୍ପସ ଗତ ୨୦୧୩ ଡିସେମ୍ୱର ସୁଦ୍ଧା  […]

arugul iit

arugul iit

Rakesh Mallick
  • Published: Monday, 20 July 2015
  • Updated: 20 July 2015, 03:51 PM IST

Sports

Latest News

ଖୋର୍ଦ୍ଧା: ଆସନ୍ତାବର୍ଷ ଆଇଆଇଟି ଅରଗୁଳୁ କ୍ୟାମ୍ପସ୍ କାମ ସରିବା ପରେ ନୂଆ କ୍ୟାମ୍ପସରେ ପିଲାଙ୍କ ପାଠପଢା ଆରମ୍ଭ ହେବ । ଆଜି ଅରଗୁଳୁ ଆଇଆଇଟି କ୍ୟାମ୍ପସରେ ୮୦୦ଛାତ୍ରଙ୍କ ପାଇଁ ନବନିର୍ମିତ ଛାତ୍ରାବାସ ଓ ଏକ ଅଡିଟୋରିୟମକୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ଭୁବନେଶ୍ୱର ଆଇଆଇଟିର ଚେୟାରମ୍ୟାନ ତଥା ବୋର୍ଡ ଅଫ ଗଭରନର୍ସ ଏସ୍.କେ. ରୁଙ୍ଗୁଟା। ଅରଗୁଳୁ ଆଇଆଇଟି ୯୩୬ ଏକର ଜମି ଉପରେ ୨୦୦୮ରୁ ଆରମ୍ଭ ହୋଇଥିଲା। ଏହି କ୍ୟାମ୍ପସ ଗତ ୨୦୧୩ ଡିସେମ୍ୱର ସୁଦ୍ଧା  ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହାର କାମ ସରି ନ ଥିବାରୁ ଭୁବନେଶ୍ୱରରେ ଅସ୍ଥାୟୀ ଭାବେ ପାଠପଢା ହେଉଛି। ତେବେ ସୋମବାରରୁ ଅରୁଗୁଳ ଆଇଆଇଟି ନିଜସ୍ୱ କ୍ୟାମ୍ପସର ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ରହିବା ସହିତ ବସ୍ ଯୋଗେ ପ୍ରତିଦିନ ଭୁବନେଶ୍ୱର ଯିବା ଆସିବା କରିବେ ବୋଲି ଜଣାପଡିଛି। ଆଉ ଏହାକୁ ନେଇ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଥିବା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos