ଶଙ୍ଖ ଫୁଙ୍କିବେ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଙ୍ଖ ଧରିବେ ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ଆଜି ସେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡି ଯୋଗଦେବେ। ଏନେଇ ଅରୂପ ସୂଚନା ଦେଇଛନ୍ତି। ବିଜେଡିରେ ଯୋଗଦେବା ନେଇ ଅରୂପ କହିଛନ୍ତି-“ଓଡ଼ିଶା ଲୋକଙ୍କ ପାଇଁ ସେବା କରିବାର ଆଗ୍ରହ ଥିଲା। ସୁଯୋଗ ମିଳିବାରୁ ବିଜେଡିରେ ଯୋଗଦେବି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଖକୁ ଯିବାକୁ ସୁଯୋଗ ମିଳିବ। ଚାକିରିରୁ ଅବସର ପରେ ଏହା ମୋର ନୂଆ ଜୀବନ ଓ ନୂଆ ଅଧ୍ୟାୟ ଆରମ୍ଭ […]

images_1524045156280_arup_patnaik

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 04:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଙ୍ଖ ଧରିବେ ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ଆଜି ସେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡି ଯୋଗଦେବେ। ଏନେଇ ଅରୂପ ସୂଚନା ଦେଇଛନ୍ତି।

ବିଜେଡିରେ ଯୋଗଦେବା ନେଇ ଅରୂପ କହିଛନ୍ତି-“ଓଡ଼ିଶା ଲୋକଙ୍କ ପାଇଁ ସେବା କରିବାର ଆଗ୍ରହ ଥିଲା। ସୁଯୋଗ ମିଳିବାରୁ ବିଜେଡିରେ ଯୋଗଦେବି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଖକୁ ଯିବାକୁ ସୁଯୋଗ ମିଳିବ। ଚାକିରିରୁ ଅବସର ପରେ ଏହା ମୋର ନୂଆ ଜୀବନ ଓ ନୂଆ ଅଧ୍ୟାୟ ଆରମ୍ଭ ହେବ।”

୨୦୧୯ ସାଧାରଣ ନିର୍ବାଚନରେ ଟିକେଟ ମିଳିଲେ ଲଢ଼ିବାକୁ ନେଇ ପ୍ରଶ୍ନ ହେବାରୁ ସେ କହିଥିଲେ-“ମୁଁ ସେକଥା କିଛି ଭାବିନି।”

ମହାରାଷ୍ଟ୍ର କ୍ୟାଡେଟ୍‌ର ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କ ଜନ୍ମ ୧୯୫୫ ସେପ୍ଟେମ୍ୱର ୮ ତାରିଖରେ ଭୁବନେଶ୍ୱରରେ ହୋଇଥିଲା। ଦୀର୍ଘ ୩୬ ବର୍ଷ ଧରି ସେ ମହାରାଷ୍ଟ୍ର ପୋଲିସ୍‌ ସେବାରେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନ କରି ସଫଳତା ଅର୍ଜନ କରିଥିଲେ। ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡ଼ାଲ ଓ ଇଣ୍ଡିଆନ୍‌ ପୋଲିସ ମେଡ଼ାଲ ମିଳିଥିଲା। ସେ ୨୦୧୫ ସେପ୍ଟେମ୍ୱର ୩୦ ତାରିଖରେ ଚାକିରିରୁ ଅବସର ନେଇଥିଲେ।

Related story