ଆସନ୍ତାକାଲିଠୁ ୨୦ ଲକ୍ଷ ଲୋକଙ୍କୁ ପକ୍କାଘର ପାଇଁ ମିଳିବ ଯୋଗ୍ୟତା କାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୦ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ପକ୍କାଘର ଯୋଗାଇଦେବେ। ଏଥିପାଇଁ ଆସନ୍ତାକାଲିଠୁ ସେମାନଙ୍କୁ ଯୋଗ୍ୟତା କାର୍ଡ ବଣ୍ଟନ କରାଯିବ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଘର ପାଇବାକୁ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଏଭଳି […]

naveen-2

naveen-2

Manoranjan Sial
  • Published: Wednesday, 04 March 2020
  • Updated: 04 March 2020, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୦ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ପକ୍କାଘର ଯୋଗାଇଦେବେ। ଏଥିପାଇଁ ଆସନ୍ତାକାଲିଠୁ ସେମାନଙ୍କୁ ଯୋଗ୍ୟତା କାର୍ଡ ବଣ୍ଟନ କରାଯିବ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟ ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଘର ପାଇବାକୁ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଏଭଳି କାର୍ଡ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ମାର୍ଚ୍ଚ ୫ ତାରିଖରୁ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବା ବିଡିଓମାନେ ଏଥିପାଇଁ ବ୍ଲକ, ପଚାଂୟତ ଓ କ୍ଲଷ୍ଟର ସ୍ତରରେ କ୍ୟାମ୍ପମାନ ଆୟୋଜନ କରିବୋ କାର୍ଡ ବଂଟନ ଲାଗି ହୋଇଥିବା ନିଷ୍ପତି ଅନୁଯାୟୀ ୫୦ଟି ବିଧାନସଭା କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜିତ କ୍ୟାମ୍ପରେ ମନ୍ତ୍ରୀମାନେ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଡ ପ୍ରଦାନ କରିବୋ ସେହିଭଳି ଅନ୍ୟ ବ୍ଲକ ଗୁଡିକରେ ବିଧାୟକମାନେ ମୁଖ୍ୟ ଅତିଥି ହୋଇ କାର୍ଡ ବଣ୍ଟନ କରିବେ।

ପ୍ରତ୍ୟେକ କ୍ୟାମ୍ପ ଆୟୋଜନ ଲାଗି ରାଜ୍ୟ ସରକାର ୨୦ହଜାର ଟଙ୍କା କରି ବ୍ୟବସ୍ଥା କରିଛନ୍ତି। ଉଲ୍ଲେଖନୀୟ ରାଜ୍ୟରେ ଘର ପାଇବାକୁ ଥିବା ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାପରେ ବିଭାଗ ପକ୍ଷରୁ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଯୋଗ୍ୟତା କାର୍ଡ ପ୍ରଦାନ ଲାଗି ସ୍ଥିର ହୋଇଛି। ବିଡିଓମାନେ ରାଜ୍ୟ ସରକାରୀ ୱେବସାଇଟ୍‌ରୁ କାର୍ଡଗୁଡ଼ିକ ଡାଉନଲୋଡ୍ କରିବା ସହିତ ଏଥିରେ ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ। ଏହି କାର୍ଡ ବିଭାଗ ପକ୍ଷରୁ

ଡିଆରଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ହିତାଧିକାରୀମାନେ ଯେଭଳି ସୁରୁଖୁରୁରେ କାର୍ଡ ପାଇବେ ସେଥିପାଇଁ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos