‘କୋଭିଡ୍‌ ଟେଷ୍ଟ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କୋଭିଡ୍‌ ଟେଷ୍ଟ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି।ଏବେ ଭୁବନେଶ୍ୱର ପାଇଁ ଆଉ ୪ଟି ରାପିଡ୍‌ ରେସପନ୍ସ ଟିମ୍‌ ସୃଷ୍ଟି କରାଯାଇଛି। ପୂର୍ବର ୧୦କୁ ମିଶାଇ ଏବେ ୧୪ଟି RRT କାମ କରିବେ। ରାପିଡ୍‌ ରେସପନ୍ସ ଟିମ୍‌ର ମୁଖ୍ୟ କାମ ହେବ କଣ୍ଟାକ୍ଟ ଟ୍ରେସିଂ। ୧୪ଟି ରାପିଡ୍‌ ରେସପନ୍ସ ଟିମ୍‌ ବ୍ୟତୀତ ଜୋନାଲ ସ୍ତରରେ ଆଉ ୬ ଟିମ୍ ଅଛି। ହୋମ୍‌ ଆଇସୋଲେସନ୍‌ରେ ଥିବା ୪୬ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଉପରେ […]

corona-3.1

Manoranjan Sial
  • Published: Friday, 24 July 2020
  • , Updated: 24 July 2020, 11:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କୋଭିଡ୍‌ ଟେଷ୍ଟ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି।ଏବେ ଭୁବନେଶ୍ୱର ପାଇଁ ଆଉ ୪ଟି ରାପିଡ୍‌ ରେସପନ୍ସ ଟିମ୍‌ ସୃଷ୍ଟି କରାଯାଇଛି। ପୂର୍ବର ୧୦କୁ ମିଶାଇ ଏବେ ୧୪ଟି RRT କାମ କରିବେ। ରାପିଡ୍‌ ରେସପନ୍ସ ଟିମ୍‌ର ମୁଖ୍ୟ କାମ ହେବ କଣ୍ଟାକ୍ଟ ଟ୍ରେସିଂ। ୧୪ଟି ରାପିଡ୍‌ ରେସପନ୍ସ ଟିମ୍‌ ବ୍ୟତୀତ ଜୋନାଲ ସ୍ତରରେ ଆଉ ୬ ଟିମ୍ ଅଛି। ହୋମ୍‌ ଆଇସୋଲେସନ୍‌ରେ ଥିବା ୪୬ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଉପରେ ନଜର ରଖାଯାଉଛି। କୋଭିଡ ସମୀକ୍ଷା ପରେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏହା କହିଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୭୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୮୭୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story