ଆସନ୍ତା ୩୦ ତାରିଖରେ ଗୋକୁଳ ଚନ୍ଦ୍ର ପତି ନେବେ ଅବସର: ପରବର୍ତ୍ତୀ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଅବସର ନେବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପଦ ଦୌଡରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ି ଓ ଉପେନ୍ଦ୍ର ନାଥ ବେହେରାଙ୍କ ନାଁ ସବୁଠୁ ଆଗରେ ଥିବା କୁହାଯାଉଛି। ଏହି ପଦ ପାଇଁ […]

Gokula pati

Rakesh Mallick
  • Published: Friday, 06 November 2015
  • , Updated: 07 November 2015, 04:17 AM IST

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଅବସର ନେବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପଦ ଦୌଡରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ି ଓ ଉପେନ୍ଦ୍ର ନାଥ ବେହେରାଙ୍କ ନାଁ ସବୁଠୁ ଆଗରେ ଥିବା କୁହାଯାଉଛି।

ଏହି ପଦ ପାଇଁ ରେସ୍ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, କେ.ବି.କେ ମୁଖ୍ୟ ତଥା ରାଜସ୍ୱ ପର୍ଷଦ ସଦସ୍ୟ ଅଶୋକ କୁମାର ତ୍ରିପାଠୀ ଏବଂ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥିବା ବିରିଷ୍ଠ ପ୍ରଶାସକ ଆଇ. ଶ୍ରୀନିବାସ। ତେବେ ମୁଖ୍ୟ ଶାସନ ସଚିବ ପଦ ଦୌଡରେ ସବୁଠୁ ଆଗରେ ଅଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ି ଓ ଉପେନ୍ଦ୍ର ନାଥ ବେହେରା।  ସାଧାରଣ ପ୍ରଶାସନ ବିଭାଗର ତାଲିକା ଅନୁସାରେ ବରିଷ୍ଠତା ଭିତ୍ତିରେ ୮ ନମ୍ୱର ସ୍ଥାନରେ ଅଛନ୍ତି ଅଶୋକ ତ୍ରିପାଠୀ। ଆଦିତ୍ୟ ପାଢୀ ଦଶମ ସ୍ଥାନରେ ଥିବା ବେଳେ ଦ୍ୱାଦଶ ସ୍ଥାନରେ ଅଛନ୍ତି ଆଇ. ଶ୍ରୀନିବାସ  ଓ ଉପେନ୍ଦ୍ର ନାଥ ବେହେରା ରହିଛନ୍ତି ଚତୁର୍ଦ୍ଦଶ ସ୍ଥାନରେ। ସେହିପରି ଉପେନ୍ଦ୍ର ୨୦୧୭ରେ ଅବସର ନେଉଥିବା ବେଳେ ଆଦିତ୍ୟ ପାଢ଼ିଙ୍କ କାର୍ଯ୍ୟକାଳ ଆଉ ୪ ବର୍ଷ ରହିଛି।

ତୃତୀୟ ମହଲାରେ ଗତ ୨ବର୍ଷ ଧରି ଅତି ଗୋପନୀୟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଦିତ୍ୟଙ୍କର ଭୂମିକା ରହିଆସିଛି। ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ତାଙ୍କର ବେଶ ପତିଆରା ରହିଥିବା ଚର୍ଚ୍ଚା ମଧ୍ୟ ହେଉଛି। ଉନ୍ନୟନ କମିଶନର ଭାବେ ସେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ଅନ୍ୟପକ୍ଷରେ ଜଣେ ଦକ୍ଷ ଅଧିକାରୀ ଭାବେ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଛନ୍ତି ଉପେନ୍ଦ୍ର। ଜଙ୍ଗଲ ଓ ପରିବେଶ, ଅର୍ଥ, ଗୃହ, ସାଧାରଣ ପ୍ରଶାସନ ଓ ଉନ୍ନୟନ କମିଶନର ଭାବେ ତାଙ୍କର ବେଶ ପ୍ରାଶସନିକ ଅଭିଜ୍ଞତା ରହିଛି। ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକ ଓ ସେତେବେଳର ମାଲାକାନାଗିରି ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ମାଓବାଦୀଙ୍କ କବଳରୁ ମୁକ୍ତ କରାଇବାରେ ସେ ଗୁରୁ ଦାୟିତ୍ୱ ତୁଲାଇଥିଲେ।

Related story