ଆସନ୍ତା ୪ରେ ରେଳମନ୍ତ୍ରାଳୟ ସହ ଏସପିଭି ଗଠନ ନେଇ ଏମଓୟୁ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରେଳପଥ ନଥିବା ଜିଲ୍ଲାରେ ରେଳଲାଇନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆସନ୍ତା ୪ ତାରିଖରେ ରେଳମନ୍ତ୍ରାଳୟ ସହ ସ୍ପେଶାଲ ପ୍ରପୋଜ ଭେଇକିଲ ବା ଏସପିଭି ଗଠନ ନେଇ ରାଜ୍ୟ ସରକାର ଏମଓୟୁ କରିବେ। ଏଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ରେଳୱେର ୪୯ ପ୍ରତିଶତ ଅଂଶଧନ ରହିବ। ରେଳ ଲାଇନ ନ ଥିବା ରାଜ୍ୟର ୭ ଟି ଜିଲ୍ଲାରେ ରେଳପଥର ବିକାଶ ପାଇଁ ଏହି ଏସପିଭି ଅନୁସାରେ କାର୍ଯ୍ୟକ୍ରମ କରାଯିବ। ଏଥିରେ […]

rela

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 03:13 AM IST

ଭୁବନେଶ୍ୱର: ରେଳପଥ ନଥିବା ଜିଲ୍ଲାରେ ରେଳଲାଇନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆସନ୍ତା ୪ ତାରିଖରେ ରେଳମନ୍ତ୍ରାଳୟ ସହ ସ୍ପେଶାଲ ପ୍ରପୋଜ ଭେଇକିଲ ବା ଏସପିଭି ଗଠନ ନେଇ ରାଜ୍ୟ ସରକାର ଏମଓୟୁ କରିବେ। ଏଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ରେଳୱେର ୪୯ ପ୍ରତିଶତ ଅଂଶଧନ ରହିବ। ରେଳ ଲାଇନ ନ ଥିବା ରାଜ୍ୟର ୭ ଟି ଜିଲ୍ଲାରେ ରେଳପଥର ବିକାଶ ପାଇଁ ଏହି ଏସପିଭି ଅନୁସାରେ କାର୍ଯ୍ୟକ୍ରମ କରାଯିବ।
ଏଥିରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥକୁ ପ୍ରାଥମିକତା ଦିଆଯିବ ବୋଲି ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି। ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଦେବଗଡ, ବୌଦ୍ଧ, କେନ୍ଦ୍ରାପଡ଼ା ଓ ଜଗସିହଂପୁର ଜିଲ୍ଲାରେ ରେଳପଥ ନ ଥିବାରୁ ଏସବୁ ଜିଲ୍ଲାକୁ ରେଳସଂଯୋଗ ପାଇଁ ଏସପିଭି ଗଠନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

Related story