ଆସନ୍ତା ୭ ତାରିଖରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ଶ୍ରୀକ୍ଷେତ୍ରକୁ ଆସିବେ ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଆସନ୍ତା ୭ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରକୁ ଯାଇ ନୂତନ ଚତୁର୍ଦ୍ଦାମୂରତିଙ୍କୁ ଦର୍ଶନ କରିବେ । ରାଜଭବନରେ ରାତ୍ରଯାପନ କରି ୮ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ତାଳବଣିଆରେ ଅପରାହ୍ନ ୪ଟା ୫ରେ ହେଲିକପଟର ଲ୍ୟାଣ୍ଡିଂ […]

pranab-mukherjee

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 01:46 PM IST

ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ଶ୍ରୀକ୍ଷେତ୍ରକୁ ଆସିବେ ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଆସନ୍ତା ୭ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରକୁ ଯାଇ ନୂତନ ଚତୁର୍ଦ୍ଦାମୂରତିଙ୍କୁ ଦର୍ଶନ କରିବେ । ରାଜଭବନରେ ରାତ୍ରଯାପନ କରି ୮ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ତାଳବଣିଆରେ ଅପରାହ୍ନ ୪ଟା ୫ରେ ହେଲିକପଟର ଲ୍ୟାଣ୍ଡିଂ କରିବ । ୪ଟା ୨୫ରେ କାର କେଡ ରାଲିରେ ରାଷ୍ଟ୍ରପତି ରାଜଭବନକୁ ଯିବେ । ପରେ ୬ଟାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶ୍ରୀମନ୍ଦିରରେ ପହଞ୍ଚିବେ। ୬ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିବାର କାର୍ଯ୍ୟକ୍ରମ ରହିଛି। ରାତି ବିଶ୍ରାମ କରି ସକାଳ ୯ଟା ୫୦ରେ ରାଜଭବନରୁ ହେଲିପ୍ୟାଡ ଯିବେ ଏବଂ ୧୦ଟା ୧୦ରେ ପୁରୀ ଛାଡିବେ। ପୋଲିସ ପ୍ରଶାସନ ପକ୍ଷରୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଉଚ୍ଚପଦସ୍ଥ ଅଫିସରଙ୍କ ସମେତ ୨୮ ପ୍ଲାଟୁନ ପୋଲିସ ଫେ।ର୍ସ ମୁତୟନ କରାଯାଇଛି। ହେଲିପ୍ୟାଡଠାରୁ ଆରମ୍ଭ କରି ବେଳାଭୂମି ଓ ଶ୍ରୀମନ୍ଦିର ପରିସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି।

Related story