ସମ୍ୱଲପୁର: ଆସନ୍ତା ୧୩ ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛଡାଯିବ । ଦିନ ୧୧ଟାରୁ ଗୋଟାଏ ମଧ୍ୟରେ ଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଶନିବାର ସକାଳ ସୁଦ୍ଧା ହୀରାକୁଦ ଡ୍ୟାମରେ ୨ ଲକ୍ଷ ୧୪ ହଜାର ୩୨୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨୦ ହଜାର ୩୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।