ଯୁବ କଂଗ୍ରେସର ରାଲି: ବଢ଼ିଲା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ସୁରକ୍ଷା

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।  ଗତକାଲି ଓକିଲମାନେ ପୁରୀ ସମେତ କଟକ, ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଭିଏଚପି ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେହିପରି ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରୁ ଏକ ରାଲି କରାଯାଇଥିଲା। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ, କେତେ ଜଣ ମନ୍ତ୍ରୀ ଓ ପ୍ରଶାସକଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଓ ବାସଭବନ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରି […]

rpsharma

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 10:39 AM IST

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।  ଗତକାଲି ଓକିଲମାନେ ପୁରୀ ସମେତ କଟକ, ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଭିଏଚପି ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେହିପରି ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରୁ ଏକ ରାଲି କରାଯାଇଥିଲା। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ, କେତେ ଜଣ ମନ୍ତ୍ରୀ ଓ ପ୍ରଶାସକଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଓ ବାସଭବନ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଥିଲା। ସେହିପରି ଆଇନ ମନ୍ତ୍ରୀ ଅରୁଣ ସାହୁ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ବାସଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ବୋଲି କହିଛନ୍ତି ପୋଲିସ୍ କମିଶନର ଡ. ଆର୍. ପି ଶର୍ମା। ବିଶେଷ କରି ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ନଜର ରଖାଯାଇଥିଲା। ସେଠାରେ ୨ ପ୍ଲାଟୁନ ପୋଲିସ୍ ମୁତୟନ କରାଯାଇଥିଲା। ତା’ସହିତ ତାଙ୍କ ବାସଭବନକୁ ଯାଇଥିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ବିଜେଡିର ପାର୍ଟି ଅଫିସରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା।

Related story