ଆସନ୍ତାକାଲି ଖଣି ନିଲାମ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ସଂଶୋଧିତ ଏମ୍ଏମଡିଆର୍ ଆକ୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଲୁହାପଥର ଖଣି ନିଲାମ ହେବ। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଟେଣ୍ଡର୍ ଡକ୍ୟୁମେଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ସେ କହିଛନ୍ତି। ଏନେଇ ମେଟାଲ୍ ଆଣ୍ଡ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ ବା ଏମ୍ଏସଟିସିକୁ ଅକ୍ସନ୍ ପ୍ଲାଟଫର୍ମ ଓ ଏସବିଆଇ କ୍ୟାପସକୁ ଟ୍ରାଞ୍ଜାକସନ୍ ଆଡଭାଇଜର୍ ନିଯୁକ୍ତ କରାଯାଇଛି। ଗତ […]

prafulla mallick

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 02:44 PM IST

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ସଂଶୋଧିତ ଏମ୍ଏମଡିଆର୍ ଆକ୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଲୁହାପଥର ଖଣି ନିଲାମ ହେବ। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଟେଣ୍ଡର୍ ଡକ୍ୟୁମେଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ସେ କହିଛନ୍ତି। ଏନେଇ ମେଟାଲ୍ ଆଣ୍ଡ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ ବା ଏମ୍ଏସଟିସିକୁ ଅକ୍ସନ୍ ପ୍ଲାଟଫର୍ମ ଓ ଏସବିଆଇ କ୍ୟାପସକୁ ଟ୍ରାଞ୍ଜାକସନ୍ ଆଡଭାଇଜର୍ ନିଯୁକ୍ତ କରାଯାଇଛି। ଗତ ୧୭ ତାରିଖରେ ଏହି ଦୁଇ ସଂସ୍ଥାଙ୍କ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ପୂର୍ବରୁ ଦୁଇଟି ଲୁହାପଥର ଖଣି ନିଲାମୀ ନେଇ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଅନ୍ୟ ଖଣିଟି ଜି-ଥ୍ରୀ ଲେଭଲର୍ ହୋଇଥିବାରୁ ଏଥି ପାଇଁ କେନ୍ଦ୍ରର ଅନୁମତି ଲୋଡ଼ାଯାଇଛି।

Related story