ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର

କଟକ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। କଟକ ଗଡ଼ଗଡ଼ିଆରୁ ପାଣି ଭାର ନେଇ କାଉଡିଆମାନେ ବିଭିନ୍ନ ଶୈବପୀଠକୁ ଯାତ୍ରା କରିବେ। ଏଥିପାଇଁ ଗଡ଼ଗଡେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାନଦୀରୁ ପାଣି ଉଠାଇବାବେଳେ ଅଘଟଣ ଆଶଙ୍କାରେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଡ଼ଗଡ଼ିଆ ଘାଟରେ ୧୨ ଜଣ କର୍ମଚାରୀଙ୍କ ସମେତ ୨ଟି ପାୱାର ବୋଟ୍‌, ଗୋଟିଏ ଭ୍ୟାନ୍‌ ଓ ଲାଇଫ […]

bholabom

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 12:40 PM IST

କଟକ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। କଟକ ଗଡ଼ଗଡ଼ିଆରୁ ପାଣି ଭାର ନେଇ କାଉଡିଆମାନେ ବିଭିନ୍ନ ଶୈବପୀଠକୁ ଯାତ୍ରା କରିବେ। ଏଥିପାଇଁ ଗଡ଼ଗଡେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାନଦୀରୁ ପାଣି ଉଠାଇବାବେଳେ ଅଘଟଣ ଆଶଙ୍କାରେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଡ଼ଗଡ଼ିଆ ଘାଟରେ ୧୨ ଜଣ କର୍ମଚାରୀଙ୍କ ସମେତ ୨ଟି ପାୱାର ବୋଟ୍‌, ଗୋଟିଏ ଭ୍ୟାନ୍‌ ଓ ଲାଇଫ ଜ୍ୟାକେଟ ସମେତ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ରହିଛନ୍ତି।

Related story